ETV Bharat / sitara

ଭିଡିଓ ଜାରି କରି ଧୈର୍ଯ୍ୟ ଧରିବାକୁ କହିଲେ ଧର୍ମେନ୍ଦ୍ର

author img

By

Published : May 10, 2021, 12:18 PM IST

ଭାଇରାଲ ହେଲା ଧର୍ମେନ୍ଦ୍ରଙ୍କ ନୂଆ ଭିଡିଓ । ଏହି ଜଟିଳ ସମୟରେ ଲୋକଙ୍କ ପାଇଁ ପ୍ରାର୍ଥନା କରିବା ସହ ସବୁ କିଛି ଠିକ୍ ହୋଇଯିବ କହିଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଧର୍ମେନ୍ଦ୍ର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଧର୍ମେନ୍ଦ୍ର

ମୁମ୍ବାଇ: କୋରୋନା ଭାଇରସ ତାଣ୍ଡବ ଦେଶବାସୀଙ୍କୁ ବିପଦରେ ପକାଇବାରେ ଲାଗିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହେଉଛନ୍ତି । ସେହିପରି ଅନେକ ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ମହାମାରୀ। ସେପଟେ ଏଥିରୁ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ସେଲିବ୍ରିଟି ସୋସିଆଲ ମିଡିଆରେ ସଚେତନା ବାର୍ତ୍ତା ବାଣ୍ଟିବା ସହ କୋରୋନା ପୀଡିତଙ୍କ ପାଇଁ ସହଯୋଗର ହାତ ବଢାଉଥିବାର ନଜର ଆସୁଛନ୍ତି । ହେଲେ ଇତିମଧ୍ୟରେ ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର ସମସ୍ତଙ୍କୁ ସାହାସ ଯୋଗାଇଛନ୍ତି । ଆଉ କହିଛନ୍ତି ସବୁ କିଛି ଠିକ୍ ହୋଇଯିବ ।

ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରି ଧୌର୍ଯ୍ୟର ସହ କୋରୋନାର ସାମ୍ନା କରିବାକୁ ସମସ୍ତଙ୍କୁ ଅନୁରୋଧ କରିବା ସହ ସବୁ କିଛି ଠିକ୍ ହୋଇଯିବ ବୋଲି କହିଛନ୍ତି । ସେହିପରି ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ସବୁ ଠିକ୍ ହୋଇଯିବ । ସକରାତ୍ମକ ଚିନ୍ତା ରଖନ୍ତୁ ।’

ପ୍ରକାଶ ଥାଉକି ନିକଟରେ ଟିକା ନେଇଥିଲେ ଧର୍ମେନ୍ଦ୍ର । ନିଜେ ଟିକା ନେବା ସହ ସମସ୍ତଙ୍କୁ ଟିକା ନେବାକୁ ସେ ଉତ୍ସାହିତ କରିଥିଲେ । ଯାହାଦ୍ବାରା କୋରୋନାକୁ ହାରିପାରିବ ବୋଲି ସେ ଆଶା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.