ନୂଆଦିଲ୍ଲୀ : ବଲିଉଡର ଫେମସ ଗାୟକ ୱାଜିଦ୍ ଖାନଙ୍କ ମୃତ୍ୟୁକୁ 6 ମାସ ବିତିଗଲାଣି । ୱାଜିଦଙ୍କ ମୃତ୍ୟୁ ପରଠାରୁ ତାଙ୍କ ପତ୍ନୀ କମଲରୁଖ ଖାନ ୱାଜିଦ ଏବଂ ତାଙ୍କ ପରିବାର ବିଷୟରେ ଅନେକ ବଡ଼ ଖୁଲାସା କରୁଛନ୍ତି ।
- " class="align-text-top noRightClick twitterSection" data="
">
କମଲରୁଖ କିଛି ଦିନ ପୂର୍ବରୁ ପ୍ରକାଶ କରିଥିଲେ ଯେ ତାଙ୍କ ସ୍ବାମୀ ଏବଂ ପରିବାର ସଦସ୍ୟ ତାଙ୍କୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏହା ପରେ, ବର୍ତ୍ତମାନ ପୁଣି ଥରେ, ସେ ତାଙ୍କ ଛାଡପତ୍ର ବିଷୟରେ ପ୍ରକାଶ କରିଛନ୍ତି ।
ବାସ୍ତବରେ କମଲରୁଖ ୱାଜିଦଙ୍କ ସହ ତାଙ୍କ ସଂପର୍କ ବିଷୟରେ ଏକ ସାକ୍ଷାତକାରରେ କହିଥିଲେ ଯେ, ୱାଜିଦ୍ ଏବଂ ସେ ଦୀର୍ଘ ଦଶ ବର୍ଷ ରିଲେସନସିପରେ ଥିଲେ। ଏହା ପରେ ସେ ବିବାହ କରିବାକୁ ଚିନ୍ତା କଲେ । ପ୍ରଥମେ ୱାଜିଦଙ୍କ ପରିବାର ଧର୍ମ ପରିବର୍ତ୍ତନ ପାଇଁ ତାଙ୍କ ଉପରେ ଚାପ ପକାଉଥିଲେ ଏବଂ ଏହା ପରେ ୱାଜିଦ୍ ନିଜେ ଛାଡପତ୍ର ଦେବା ପାଇଁ ଧମକ ଦେବା ଆରମ୍ଭ କରିଥିଲେ। ଏହା ହେଉଛି 2014 ବର୍ଷର କଥା । ଯେଉଁ କାରଣରୁ କମଲରୁଖ ଏବଂ ୱାଜିଦ୍ ଗତ 6ବର୍ଷ ଧରି ଅଲଗା ରହୁଥିଲେ ।
- " class="align-text-top noRightClick twitterSection" data="
">
କମଲରୁଖ ଆହୁରି କହିଛନ୍ତି ଯେ, '2014 ରେ ୱାଜିଦ୍ ଛାଡପତ୍ର ପାଇଁ ଆବେଦନ କରିଥିଲେ, ଯାହା ଘଟିଲା ନାହିଁ । ପରେ ୱାଜିଦ୍ ତାଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିଥିଲେ ଏବଂ ତାଙ୍କ କାର୍ଯ୍ୟରେ ଅନୁତାପ କରିଥିଲେ।
କମଲରୁଖ ପ୍ରଥମେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି କଥା ପ୍ରକାଶ କରିଥିଲେ। ସେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ୱାଜିଦ୍ ଙ୍କ ସହ ନିଜର ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ କରିଛନ୍ତି। ସେ ଏହି ପୋଷ୍ଟ ମାଧ୍ୟମରେ କହିଥିଲେ ଯେ ସେ ପାର୍ସୀ ଧର୍ମର ଏବଂ ୱାଜିଦ ଖାନ ଜଣେ ମୁସଲମାନ ଥିଲେ। ଯାହା ପରେ ସେମାନେ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ବିବାହ କରିଥିଲେ ।
ପ୍ରକାଶ ଥାଉ ଯେ, ୱାଜିଦ୍ ଙ୍କୁ ମେ 31, 2020 ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରଦିନ ଅର୍ଥାତ୍ ଜୁନ୍ 1, 2020 ରେ ୱାଜିଦ୍ ଖାନଙ୍କର ମୃତ୍ୟୁ ହୋଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ