ETV Bharat / sitara

ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ସୁଶାନ୍ତଙ୍କ ଭଉଣୀ, ଜାଣନ୍ତୁ କାହିଁକି...

author img

By

Published : Nov 24, 2020, 11:50 AM IST

ପୁଣି ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ଶ୍ବେତା । ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ କହିଲେ ମନ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ

ମୁମ୍ବାଇ: ଭାଇ ସୁଶାନ୍ତ ସିଂ ରାଜପୁତଙ୍କୁ ହରାଇବା ପରଠୁ ଭଉଣୀ ଶ୍ବେତା ସିଂ କ୍ରିତି ସୋସିଆଲ ମିଡିଆ ନ୍ୟାୟ ଦାବି କରିଆସୁଛନ୍ତି । ଏହାସହ ସେ ଅନଲାଇନ ସୁଶାନ୍ତଙ୍କ ନାମରେ ଗ୍ଲୋବାଲ ପ୍ରେୟାର ମିଟି ମଧ୍ୟ ଆୟୋଜନ କରିଛନ୍ତି । ଯାହାଦ୍ବାରା ଦେଶ, ବିଦେଶରେ ଥିବା ତାଙ୍କ ଫ୍ୟାନ୍ସ ଏଥିରେ ସାମିଲ ହୋଇ ତାଙ୍କ ପାଇଁ ନ୍ୟାୟ ମାଗିବା ସହ ପ୍ରାର୍ଥନା କରୁଛନ୍ତି । ନିକଟରେ ଆୟୋଜିତ ହୋଇଥିବା ଏହି ପ୍ରେୟାର ମିଟିରେ 10 ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । ଫ୍ୟାନ୍ସଙ୍କ ଏପରି ଭଲ ପାଇବା ଦେଖି ସବୁବେଳେ ଧନ୍ୟବାଦ ଜଣାଆନ୍ତି ଶ୍ବେତା । ଏଥର ମଧ୍ୟ ପୁଣି ଧନ୍ୟବାଦ ଜଣାଇଛନ୍ତି ସେ ।

ଟ୍ବିଟରରେ ସମସ୍ତଙ୍କ ପାଇଁ ଏକ ଭାବିବିହ୍ବଳ ନୋଟ୍ ପୋଷ୍ଟ କରିଛନ୍ତି । ଆଉ ଯେଉଁଥିରେ ଲେଖିଛନ୍ତି, ‘ମୁଁ ବହୁତ ଯନ୍ତ୍ରଣା ଦେଇ ଗତି କରିଛି ଏବଂ ତଥାପି ଗତି କରୁଛି । ମୁଁ ନିଜକୁ ଏହି ସମୟରେ ଅନୁମତି ଦେଉଛି ସାଧାରଣ ନିୟମିତ ଜୀବନଯାପନ କରିବାକୁ । କେତେକ ଯନ୍ତ୍ରଣା ମନରେ ରହିଛି । ଆରୋଗ୍ୟ ପ୍ରକ୍ରିୟା ଧୀର ଏବଂ ଧୈର୍ଯ୍ୟ ଆବଶ୍ୟକ କରେ । କିନ୍ତୁ ମୁଁ ନିଶ୍ଚିତ ଭାବରେ ଗୋଟିଏ କଥା ଜାଣେ ଯେ ଭଗବାନ ଏଠାରେ ଅଛନ୍ତି ଏବଂ ସେ ତାଙ୍କର ପ୍ରକୃତ ଭକ୍ତମାନଙ୍କୁ କେବେ ହେଲେ ଛାଡନ୍ତି ନାହିଁ । ସେ ଜାଣନ୍ତି ଯେ ବହୁତ ଯନ୍ତ୍ରଣାଦାୟକ ହୃଦୟ ଅଛି ଏବଂ ସେ ନିଶ୍ଚିତ କରିବେ ଯେ ସତ୍ୟ ଉଜ୍ବଳ ହେବ ।’

ପ୍ରକାଶ ଥାଉକି ଜୁନ 14ରେ ସୁଶାନ୍ତ ନିଜ ବାଦ୍ରା ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏବେ ତାଙ୍କ ମୃତ୍ୟୁ ମାମଲା ସହ ସମ୍ପୃକ୍ତ ଥିବା ଡ୍ରଗ୍ସ ଲିଙ୍କର ଯାଞ୍ଚ କରୁଛି ଏନସିବି । ଏଯାବତ ଅନେକ ସେଲିବ୍ରିଟିଙ୍କୁ ପଚରାଉଚରା କରାଯିବା ସହ ଗିରଫ ମଧ୍ୟ କରାଯାଇଛି । ନିକଟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ଗିରଫ କରାଯାଇଥିଲା । ଗୋଟିଏ ଦିନ ଜେଲରେ ରହିବା ପରେ ସୋମବାର ଏହି ଯୋଡିଙ୍କୁ ଜାମିନ ମିଳିଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.