ETV Bharat / sitara

ସୁଶାନ୍ତଙ୍କ ‘ଛିଛୋରେ’କୁ ଜାତୀୟ ପୁରସ୍କାର, ଭାବବିହ୍ବଳ ଭଉଣୀ

ପୁଣି ସୁଶାନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କଲେ ଶ୍ବେତା । ପ୍ରକାଶ କଲେ ଭାଇ ପ୍ରତି ଥିବା ଅଗାଢ ପ୍ରେମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Mar 24, 2021, 10:19 AM IST

ମୁମ୍ବାଇ: ସୋମବାର ଆୟୋଜିତ ହୋଇଯାଇଛି 67ତମ ଜାତୀୟ ପୁରସ୍କାର ସମାରୋହ । ଯେଉଁରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ଜାତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଏହି ଅବସରରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଖୁସି ଦେଖିବାକୁ ମିଳୁଛି। ହେଲେ ଏବେ ଅଭିନେତାଙ୍କ ଭଉଣୀ ଶ୍ବେତା ସିଂ କ୍ରୀତି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଖୁସି ପ୍ରକାଶ କରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ଭାଇ ମୁଁ ଜାଣିଛି ତୁମେ ବର୍ତ୍ତମାନ ଏହା ଦେଖୁଛ । କିନ୍ତୁ ମୁଁ ଚାହୁଁଥିଲି ତୁମେ ପୁରସ୍କାର ପାଇବାକୁ ଏଠାରେ ଥାଆନ୍ତ କି । ଏମିତି କୌଣସି ଦିନ ବିତିନାହିଁ ଯେତେବେଳେ ମୁଁ ତୁମ ପାଇଁ ଗର୍ବ ଅନୁଭବ କରେ ନାହିଁ । ସୁଶାନ୍ତ ଆମର ହିରୋ ।’

ପ୍ରକାଶ ଥାଉକି ଗତ ବର୍ଷରୁ ସୁଶାନ୍ତଙ୍କ ପାଇଁ ଭଉଣୀ ଶ୍ବେତା ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଆସୁଛନ୍ତି । ସେ ପ୍ରାୟତଃ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଜିନିଷ ସେୟାର କରି ଫ୍ୟାନ୍ସଙ୍କୁ ଭାବବିହ୍ବଳ କରିଦେଉଛନ୍ତି । ଗତ ବର୍ଷ ଜୁନ 14ରେ ମୁମ୍ବାଇ ସ୍ଥିତ ନିଜ ନିବାସରେ ସୁଶାନ୍ତ ନିଜ ବେଡରୁମରେ ଦୌଡି ଦେଇ ଆତ୍ମହତ୍ୟା କରିଥିଲେ । ଏଯାବତ ତାଙ୍କ ମୃତ୍ୟୁକୁ କେହି ବିଶ୍ବାସ କରିପାରୁନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.