ETV Bharat / sitara

ଶିବଭକ୍ତ ସୁଶାନ୍ତଙ୍କ ପାଇଁ ଭଉଣୀଙ୍କ ଭାବନାତ୍ମକ ପୋଷ୍ଟ

author img

By

Published : Dec 9, 2020, 2:05 PM IST

ସୁଶାନ୍ତ ଭଗବାନ ଶିବଙ୍କ ଭକ୍ତ ଥିଲେ ବୋଲି ଅନେକଥର କହିସାରିଛନ୍ତି ଶ୍ବେତା । ଆଉ ଏବେ ତାଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ ରିଲିଜକୁ ଦୁଇ ବର୍ଷ ପୂରଣ ଅବସରରେ ଲେଖିଲେ ମନ କଥା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ କ୍ରିତି

ମୁମ୍ବାଇ: ଶ୍ବେତା ସିଂ କ୍ରିତି ମଙ୍ଗଳବାର ନିଜ ଦିବଙ୍ଗତ ଭାଇ ତଥା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଏକ ଭାବନାତ୍ମକ ପୋଷ୍ଟ କରି ପୁଣି ଚର୍ଚ୍ଚାରେ ଆସିଥିଲେ । ସେ ସୁଶାନ୍ତଙ୍କ ଅଭିନୀତ ଫିଲ୍ମ କେଦାରନାଥ ରିଲିଜକୁ ଦୁଇ ବର୍ଷ ପୂରଣ ହେବା ଅବସରରେ ସେୟାର କରିଥିଲେ ସ୍ପେଶାଲ ପୋଷ୍ଟ । ଏହାସହ ସେ ସୁଶାନ୍ତଙ୍କ ପାଇଁ ନିଜ ବିଚାର ମଧ୍ୟ ରଖିଛନ୍ତି ।

କଥାଟି ହେଲା ଯେ ସୋମବାର ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ‘କେଦାରନାଥ’ ରିଲିଜକୁ ଦୁଇ ବର୍ଷ ପୂରଣ ହୋଇଥିଲା । ଯେଉଁଥିରେ ସୁଶାନ୍ତଙ୍କ ସହ ନଜର ଆସିବେ ସାରା ଅଲ୍ଲୀ ଖାନ । ତେବେ ଏହି ଅବସରରେ ଅଭିଷେକ ସୁଶାନ୍ତଙ୍କ ଦୁଇଟି ଫଟୋ ପୋଷ୍ଟ କରି ଲେଖିଥିଲେ, ଦୁଣ୍ଡା ଦୋନୋ ଲୋକ ମୈଁ ବିଶ୍ବମୃତ ପେ ଥା ଛିଡା, ଅମିୃତ ସଭି ମୈଁ ବାଣ୍ଟ କେ, ପିୟାଲା ବିଷ କା ତୁନେ ଖୁଦ୍ ପିୟା । ନୋମୋ ନୋମୋ ଶଙ୍କରା ଭୋଲେନାଥ ଶଙ୍କରା ।

ସେପଟେ ଅଭିଷେକଙ୍କ ଏହି ପୋଷ୍ଟକୁ ରିପୋଷ୍ଟ କରି ଶ୍ବେତା ଲେଥିଲେ, ‘ମୁଁ ଗତ କାଲି ଏହି ଗୀତ ଶୁଣିଥିଲି । ମୋ ମନରେ ମଧ୍ୟ ଅବିକଳ ଚିନ୍ତା ଆସିଲା । ସେ ଶିବଙ୍କର ଭକ୍ତ ହୋଇ ଆମକୁ ନିଜ ଜୀବନର ମୂଲ୍ୟରେ ଏକ ମୂଲ୍ୟବାନ ଶିକ୍ଷା ଦେଇଥିଲେ । ଶିବ ଯେଉଁଭଳି ଭାବରେ ବିଷ ପିଇଥିଲେ ଏବଂ ଅମୃତଙ୍କୁ ସମସ୍ତଙ୍କୁ ଦେଇଥିଲେ । ମହାନଗରୀର ନିରର୍ଥକତା ଓ ଘମଣ୍ଡ । ଦୁଇ ବର୍ଷରେ ଏସଏସର ମନସୁର । ଦୁଇ ବର୍ଷରେ କେଦାରନାଥ ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ଶ୍ବେତା ସବୁବେଳେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି । ସେ ତାଙ୍କ ପାଇଁ ୱାର୍ଲ୍ଡ ପ୍ରେୟାର ମିଟ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ଭର୍ଚୁଅଲ ଯେଉଁଥିରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଫ୍ୟାନ୍ସ ଏକଜୁଟ ହୁଅନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.