ETV Bharat / sitara

ସୁଶାନ୍ତଙ୍କ ଶେଷ ଇଚ୍ଛା ବିଷୟରେ କହି ଭାବୁକ ହେଲେ ପ୍ରତୀକ

author img

By

Published : Jun 10, 2021, 11:31 AM IST

ସୁଶାନ୍ତଙ୍କୁ ନେଇ ଦୁଃଖଭରା କଥା କହିଲେ ପ୍ରତୀକ । ଜଣାଇଲେ ସୁଶାନ୍ତଙ୍କ ଶେଷ ଇଚ୍ଛା । ଅଧିକ ପଢନ୍ତୁ...

ଫଟୋ  ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରତୀକ ବବ୍ବର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରତୀକ ବବ୍ବର

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆସନ୍ତା 14 ତାରିଖରେ ବର୍ଷେ ହେବାକୁ ଯାଉଛି । ସେ ଗତ ବର୍ଷ ଜୁନ 14ରେ ନିଜ ମୁମ୍ବାଇ ନିବାସରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେପଟେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ସୋସିଆଲ ମିଡିଆରେ ପୁଣି ଫ୍ୟାନ୍ସ ତାଙ୍କୁ ମନେ ପକାଇ ଭାବବିହ୍ବଳ ନଜର ଆସୁଛନ୍ତି । ଇତିମଧ୍ୟରେ ଅଭିନେତା ପ୍ରତୀକ ବବ୍ବର, ସୁଶାନ୍ତଙ୍କ ଅପୂରଣ ଇଚ୍ଛାର ଖୁଲାସା କରିଛନ୍ତି ।

ଫିଲ୍ମ ‘ଛିଛୋର’ରେ ସୁଶାନ୍ତଙ୍କ ସହ କାମ କରିସାରିଥିବା ପ୍ରତୀକ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ‘ସୁଶାନ୍ତ ବହୁତ ବିନ୍ଦାସ ମଣିଷ ଥିଲେ । ସମସ୍ତଙ୍କ ସହ ସହଜରେ ମିଶିଯାଉଥିଲେ । ହେଲେ କେବେ କେବେ ସେ ନିଜ ଦୁନିଆରେ ହଜିଯାଇଥିଲେ । ସୁଶାନ୍ତଙ୍କ ଭିନ୍ନ ଅନ୍ଦାଜ ଥିଲା ଯାହା ବଲିଉଡର ଅନ୍ୟ କୌଣସି ଅଭିନେତାଙ୍କ ମଧ୍ୟରେ ଦେଖିବାକୁ ମିଳେନାହିଁ । ମୁଁ ବହୁତ ଖୁସି ଯେ ସୁଶାନ୍ତଙ୍କ ସହ ମତେ କାମ କରିବାକୁ ସୁଯୋଗ ମିଳିଥିବାରୁ ।’

ସେହିପରି ସେ ସୁଶାନ୍ତଙ୍କ ଶେଷ ଇଚ୍ଛା ବିଷୟରେ ଆଲୋଚନା କରି କହିଥିଲେ, ‘ମତେ ମନ ଅଛି ସୁଶାନ୍ତଙ୍କ ଆଣ୍ଟାର୍କଟିକା ଯିବାକୁ ଚାହୁଁଥିଲେ । ସେ ମତେ କହିଥିଲେ ଛିଛୋରର ସୁଟିଂ ଶେଷ ହେଲା ପରେ ସେ ଆଣ୍ଟାର୍କଟିକା ବୁଲିବାକୁ ଯିବେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.