ETV Bharat / sitara

ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟାଙ୍କୁ 6 ଘଣ୍ଟା ଧରି ଜେରା କଲେ ଇଡି

ସୁଶାନ୍ତଙ୍କ ଆର୍ଥିକ କାରାବାରକୁ ନେଇ ଜୟାଙ୍କୁ ପଚରାଉଚରା କରାଯାଇଛି । ଶୁଣିବାକୁ ମିଳୁଛି ଯେ ସୁଶାନ୍ତଙ୍କ ଆକାଉଣ୍ଟରୁ ଜୟାଙ୍କୁ 10 କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Aug 28, 2020, 2:30 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଯାଞ୍ଚ ଚାଲିଛି । ଗୋଟିଏ ପଟେ ସିବିଆଇ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଡାକଡା ଯାଞ୍ଚ କରୁଛନ୍ତି । ଏଯାବତ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଅନେକ ଲୋକଙ୍କ ବୟାନ ରେକର୍ଡ ହୋଇସାରିଲାଣି। ନିକଟରେ ଇଡି ସୁଶାନ୍ତଙ୍କ ଆର୍ଥିକ କାରବାରର ଯାଞ୍ଚ ମଧ୍ୟ କରିଥିଲେ । ଏହି ସମ୍ପର୍କରେ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କୁ 6 ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜୟାଙ୍କୁ 10 କୋଟି ଟଙ୍କା ଟ୍ରାନ୍ସଫର କରାଯିବା ମାମଲାରେ ଇଡି ଜୟାଙ୍କ ବୟାନ ରେକର୍ଡ କରିଛନ୍ତି ।

ସେହିପରି ଜୟା ବୟାନରେ କହିଛନ୍ତି, ‘ମୁଁ ଗତ ଏକ ବର୍ଷ ଧରି ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ରୂପେ କାର୍ଯ୍ୟ କରିଆସୁଥିଲି । ଏବର୍ଷ ସୁଶାନ୍ତଙ୍କୁ ମୁଁ ବିଜ୍ଞାପନ ଓ ଫିଲ୍ମ ଯୋଗାଇ ଥିଲି । ଏହି କାମ ପାଇଁ ମତେ ସୁଶାନ୍ତଙ୍କଠୁ ସବୁଥର କମିଶନ ଟଙ୍କା ମିଳେ।’

ହେଲେ ଇଡି ଯେତେବେଳେ ପ୍ରଶ୍ନ କରିଥିଲା ଯେ କମିଶନ ପାଇଁ 10 କୋଟି ଟଙ୍କା କାହିଁକି ଦିଆଯାଇଥିଲା । ଶୁଣିବାକୁ ମିଳୁଛି ଇଡିର ଏହି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ ଜୟା । ଯାହାକୁ ନେଇ ପୁଣି ସୁଶାନ୍ତଙ୍କ ମାମଲାରେ ସନ୍ଦେହ ସୃଷ୍ଟି କରୁଛି ।

ପ୍ରକାଶ ଥାଉକି ଜୟାଙ୍କ ନାମ ଡ୍ରଗ୍ସ ଡିଲର ରୂପେ ମଧ୍ୟ ସାମ୍ନାକୁ ଆସିସାରିଛି । ନିକଟରେ ରିଆ ଚକ୍ରବର୍ତ୍ତୀଙ୍କ ଡିଲିଟ ହ୍ବାଟ୍ସଅପ ଚାଟରୁ ଜଣାପଡୁଥିଲା କି ସେ କିଛି ଡ୍ରଗ ଡିଲରଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି କ୍ରମରେ ଜୟାଙ୍କ ନାମ ମଧ୍ୟ ସାମିଲ ଅଛି । ଯାହାକୁ ଆଧାର କରି ଏନସିବି ସୁଶାନ୍ତଙ୍କ ମାମଲାରେ ଯାଞ୍ଚ ଆରମ୍ଭ କରିଦେଇଛି।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.