ମୁମ୍ବାଇ: ଆଜି ପୁରା ଦେଶର ନଜର ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ଥିଲା । ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ତରଫରୁ ସୁପ୍ରିମକୋର୍ଟରେ ଯାଚିକା ଦାୟର ହୋଇଥିଲା । ଯେଉଁଥିରେ ପାଟନାରେ ରୁଜୁ ହୋଇଥିବା ଏଫଆଇଆରକୁ ମୁମ୍ବାଇ ଟ୍ରାନ୍ସଫର କରିବାକୁ ଦାବି କରାଯାଇଛି । ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସାମ୍ନାକୁ ଆସିଯାଇଛି । ସିବିଆକୁ ହସ୍ତାନ୍ତର କରଗଲା କେସ । ଆଗାମୀ ଯାଞ୍ଚ ଏବେ ସିବିଆଇ କରିବ । ଯାହାକୁ ନେଇ ସୋସିଆଲ ମିଡିଆରେ ସମସ୍ତଙ୍କ ଖୁସି ଦେଖିବାକୁ ମିଳୁଛି । ହେଲେ ନିଷ୍ପତ୍ତି ଆସିବା ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ଏକ ପୋଷ୍ଟ କରି ଚର୍ଚ୍ଚାରେ ।
ସେ ମହାଭାରତର ଏକ ଫଟୋ ସେୟାର କରି ଲେଖିଥିଲେ,‘ ଆମକୁ ଅନ୍ଧକାରରୁ ଆଲୋକ ଆଡକୁ ନେଇ ଚାଲ ଶରଣାଗତି । ସେହିପରି ଫଟୋରେ ଭଗବାନ ଶ୍ରୀକ୍ରିଷ୍ଣା, ଅର୍ଜୁନଙ୍କ ସାରଥି ସାଜି ରଥ ଚଲାଉଥିବାର ନଜର ଆସୁଛନ୍ତି ।
- View this post on Instagram
Lead Us from darkness unto LIGHT! Sharnagati 🙏 #GlobalPrayers4SSR #Godiswithus
">
ପ୍ରକାଶ ଥାଉକି ଭାଇ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ସବୁବେଳେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି ଶ୍ବେତା । ସେ ନିକଟରେ ସୁଶାନ୍ତଙ୍କ ପାଇଁ ଅନଲାଇନ ଗ୍ଲୋବାଲ ପ୍ରେୟର ମିଟ ଆୟୋଜନ କରିଥିଲେ । ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହୋଇଥିବାର ଦେଖିବାକୁ ମିଲିଥିଲା ।