ETV Bharat / sitara

ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ସୁଶାନ୍ତଙ୍କ ପାଇଁ ଭାବବିହ୍ବଳ ଭଉଣୀ - ଶ୍ବେତା ସିଂ କ୍ରିତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ସୋସିଆଲ ମିଡିଆରେ ପୁଣି ଭାଇ ସୁଶାନ୍ତଙ୍କ ପାଇଁ ଇମୋସନାଲ ନଜର ଆସିଲେ ଭଉଣୀ ଶ୍ବେତା । ଭାଇରାଲ ହେଉଛି ତାଙ୍କ ଏହି ପୋଷ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ କ୍ରିତି

author img

By

Published : May 28, 2021, 8:42 AM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ହେବାକୁ ଯାଉଛି। ଅଭିନେତା ଗତ ବର୍ଷ ଜୁନ 14ରେ ନିଜ ମୁମ୍ବାଇ ଫ୍ଲାଟରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଅଭିନେତାଙ୍କ ମୃତ୍ୟୁକୁ ବର୍ଷେ ହେବାକୁ ବସିଲାଣି କିନ୍ତୁ ତାଙ୍କ ମୃତ୍ୟୁ ସହ ଜଡିତ ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଏଯାବତ ଅଛି । ସେପଟେ ନିଜ ଭାଇଙ୍କୁ ନ୍ୟାୟ ଦେବା ପାଇ ଗତ ବର୍ଷରୁ ଲଢିଆସୁଥିବା ଭଉଣୀ ଶ୍ବେତା ସିଂ କ୍ରିତି ପୁଣିଥରେ ତାଙ୍କ ପାଇଁ ଇମୋସନାଲ ନୋଟ ଲେଖିଛନ୍ତି ।

କଥାଟି ହେଲା ଯେ ସୁଶାନ୍ତଙ୍କ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ନୋଟରେ ଶ୍ବେତା ଲେଖିଛନ୍ତି, ‘ମୁଁ ଜୁନ ମାସ ପର୍ବତ ଥିବା ସ୍ଥାନରେ ବିତାଇବି । ଯେଉଁଠାରେ ମୋର ସେଲ ସେବା କିମ୍ବା ଇଣ୍ଟରନେଟ୍ ରହିବ ନାହିଁ । ଭାଇଙ୍କ ଦେହାନ୍ତ ପରେ, ତାଙ୍କ ସହିତ ଜଡିତ ସମସ୍ତ ମଧୁର ସ୍ମୃତି ଶାନ୍ତିରେ ଅତିବାହିତ ହେବ । ଯଦିଓ ତାଙ୍କ ଶରୀର ଆମକୁ ପ୍ରାୟ ଏକ ବର୍ଷ ପୂର୍ବେ ଛାଡି ଚାଲିଛି, ହେଲେ ସେ ଯେଉଁ ମୂଲ୍ୟବୋଧ ପାଇଁ ଛିଡା ହୋଇଥିଲେ ତାହା ଆଜି ମଧ୍ୟ ଆମ ପାଖରେ ଅଛି।’

ପ୍ରକାଶ ଥାଉକି ଶ୍ବେତା ଏହି ପୋଷ୍ଟ ବୁଦ୍ଧ ପୂର୍ଣ୍ଣିମାରେ କରିଥିଲେ । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ସେପଟେ ଫ୍ୟାନ୍ସ ପୁଣିଥରେ ଏହି ପୋଷ୍ଟରେ କମେଣ୍ଟ କରି ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ନଜର ଆସୁଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.