ETV Bharat / sitara

ଶ୍ରଲଙ୍କାରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି, ଧନ୍ୟବାଦ ଜଣାଇଲେ ଭଉଣୀ ଶ୍ବେତା

author img

By

Published : Oct 10, 2020, 1:11 PM IST

ଏଯାବତ ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଛନ୍ତି ଫ୍ୟାନ୍ସ । ଆମେରିକା ପରେ ଏବେ ଶ୍ରୀଲଙ୍କାରେ ଲାଗିଲା ତାଙ୍କ ବିଲବୋର୍ଡ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 4 ମାସ ବିତିଗଲାଣି । ଏମ୍ସର ଫରେନ୍ସିକ ରିପୋର୍ଟରେ ମୋହର ମାରିଛି ସିବିଆଉ । ଯେଉଁଥିରେ ସେ ଆତ୍ମହତ୍ୟା କରିଥିବା କଥା କୁହାଯାଇଛି । ତଥାପି ଏବେ ମଧ୍ୟ ଚାଲିଛି ତାଙ୍କ ମାମଲାର ଯାଞ୍ଚ । ଦେଶର ତିନୋଟି ବଡ ଏଜେନ୍ସି ସୁଶାନ୍ତଙ୍କ ମୃତ୍ୟୁ ପଛର ରହସ୍ୟ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି। ସେପଟେ ଅଭିନେତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ସୋସିଆଲ ମିଡିଆରେ ଜଷ୍ଟିସ ଫର ସୁଶାନ୍ତ ଅଭିଯାନ ଏଯାବତ ଜାରି ରଖିଛନ୍ତି । ଇତିମଧ୍ୟରେ ସେ ସୋସିଆଲ ମିଡିଆରେ କିଛି ଫଟୋ ସେୟାକର କରିଛନ୍ତି । ଯାହା ଶ୍ରୀଲଙ୍କାର ବୋଲି ଚର୍ଚ୍ଚା ।

କଥାଟି ହେଲା ଯେ ଶନିବାର ଶ୍ବେତା ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ସୁଶାନ୍ତଙ୍କ ବିଲବୋର୍ଡ ନଜର ଆସୁଛି । ସେହିପରି ସେ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଧନ୍ୟବାଦ ଶ୍ରୀଲଙ୍କା ।’ ତାଙ୍କ ଏହି ପୋଷ୍ଟରୁ ଜଣାପଡୁଛି ଯେ ସୁଶାନ୍ତଙ୍କ ଶ୍ରୀଲଙ୍କା ଫ୍ୟାନ୍ସ ତାଙ୍କର ବିଲବୋର୍ଡ ଲଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ପ୍ରକାଶ ଥାଉକି ସୁଶାନ୍ତଙ୍କ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ କେସରେ ଏନସିବି ଦ୍ବାରା ଗିରଫ ହୋଇଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିସାରିଛି । ହେଲେ ଏଯାବତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଜେଲରେ ଅଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.