ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇମାସରୁ ଅଧିକ ଦିନ ବିତିଗଲାଣି । ଏବେ ତାଙ୍କ କେସର ତଦନ୍ତ ଚାଲିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଯାଞ୍ଚ ଜାରି ରଖିଛନ୍ତି । ସେହିପରି ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପରିବାର ସହ ଫ୍ୟାନ୍ସ ନ୍ୟାୟ ଦାବି କରିଆସୁଛନ୍ତି । ଅନ୍ୟପଟେ ଭଉଣୀ ଶ୍ବେତା ସିଂ କିର୍ତ୍ତି ତାଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି । ସେ ପ୍ରାୟତଃ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା କିଛି ନା କିଛି ପୋଷ୍ଟ କରି ଫ୍ୟାନ୍ସଙ୍କୁ ଇମୋସନାଲ କରିଦେଉଛନ୍ତି । ଏମିତି କିଛି ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ଶ୍ବେତା ରବିବାର ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ପିଲା ବେଳ ଫଟୋ ସେୟାର କରି ଭାବବିହ୍ବଳ ନୋଟ ଲେଖିଛନ୍ତି । ଯାହା ସମସ୍ତଙ୍କୁ ଦୁଃଖି କରିଦେବ । ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ସୁଶାନ୍ତ କ୍ୟୁଟ ଅବତାର ଦେଖିବାକୁ ମିଳୁଛି ।
- " class="align-text-top noRightClick twitterSection" data="
">
ଯାହାର କ୍ୟାପସନରେ ଶ୍ବେତା ଲେଖିଛନ୍ତି, ‘ଯେତେବେଳେ ଆପଣ କୌଣସି ଜିନିଷ ଉପରେ ବିଶ୍ବାସ କରୁଛ, ତାହାଲେ ସେଥିପାଇଁ ଲଢନ୍ତୁ । ଆଉ ଯେବେ ଆପଣ ଦେଖିବେ ଅନ୍ୟାୟ ପୁରା ଶକ୍ତି ସହ ଲଢୁଛି, ତାହାଲେ ନିହାତି ଲଢନ୍ତୁ । ଯେମିତି କେବେ ମଧ୍ୟ ପୂର୍ବରୁ ଆପଣ ଲଢିନଥିବେ ।’
ପ୍ରକାଶ ଥାଉକି ଫଟୋ ସେୟାର ହେବାର କିଛି ଘଣ୍ଟା ମଧ୍ୟରେ ଲକ୍ଷରୁ ଅଧିକ ଲାଇକ ମିଳିସାରିଥିଲା । ସେହିପରି ଫ୍ୟାନ୍ସ ମଧ୍ୟ ଫଟୋରେ କମେଣ୍ଟ କରି ନିଜ ନିଜ ମନ କଥା ସେୟାର କରିବାରେ ଲାଗିଛନ୍ତି ।