ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା: ଏନସିବି ତଦନ୍ତର ପ୍ରଶଂସାରେ ଶ୍ବେତା

author img

By

Published : Sep 4, 2020, 2:56 PM IST

ଟ୍ବିଟ କରି ଖୁସି ପ୍ରକାଶ କଲେ ସୁଶାନ୍ତଙ୍କ ଭଉଣୀ ଶ୍ବେତା । ସେ ଏନସିବି କାର୍ଯ୍ୟର ପ୍ରଶଂସା କରି ଭଗବାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ କିର୍ତ୍ତି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଧିରେ ଧିରେ କରି ଅନେକ ଜିନିଷ ସାମ୍ନାକୁ ଆସିବାରେ ଲାଗିଛି । ସିବିଆଇ ଯାଞ୍ଚ କରୁଥିବା ବେଳେ ଏନସିବି(ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ମଧ୍ୟ କଡାକଡି ଯାଞ୍ଚ କରୁଛି । ଶୁଣିବାକୁ ମିଳୁଛି ଯେ ଶୁକ୍ରବାର ସକାଳେ 6.30ରେ ଏନସିବିର ଏକ ପାଞ୍ଚ ଜଣିଆ ଟିମ୍ ସୁଶାନ୍ତଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବାସଭବନ ସମେତ ତାଙ୍କ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କ ଘରେ ଚଢାଉ କରିଥିଲେ ।

ଏହାସହ ଏନସିବି ଟିମ୍ ସାମୁଅଲ ଓ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଇଛି । ସେପଟେ ଏନସିବିର ଏହି ଯାଞ୍ଚ ପ୍ରକ୍ରିୟାରେ ଖୁସି ପ୍ରକାଶ କରି ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ।

ସେ ଏକ ଟ୍ବିଟ କରିଛନ୍ତି, ‘ଭଲ କାମ କରୁଛ ଏନସିବି । ଧନ୍ୟବାଦ ଭଗବାନ । ଶାନଦାର କାର୍ଯ୍ୟ ଆରମ୍ଭ କରିଛ ଏନସିବି ।’ ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଶ୍ବେତା ସୋସିଆଲ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି । ଏହାସହ ସେ ଏକ ଅଭିଯାନ ମଧ୍ୟ ସୋସିଆଲ ମିଡିଆରେ ଆରମ୍ଭ କରିଛନ୍ତି । ଯାହାଦ୍ବାରା ପ୍ରତି ଶନିବାର ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ଗ୍ଲୋବାଲ ପ୍ରେୟାର ମିଟର ଆୟୋଜନ କରାଯାଉଛି । ଆଉ ଏଥିରେ ଲକ୍ଷ ଲକ୍ଷ ପ୍ରଶଂସକ ସାମିଲ ହୋଇ ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରିବା ସହ ନ୍ୟାୟ ଦାବି କରୁଥିବାର ନଜର ଆସୁଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.