ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗୋଟିଏ ପଟେ ସିବିଆଇ ଯାଞ୍ଚ ଜାରି ଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ସହ ସମ୍ପୃକ୍ତ ଥିବା ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି । ସେହିପରି ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଆସିବା ବାକି ଅଛି । ତାଙ୍କ ମୃତ୍ୟୁକୁ ଆଜି ଦୁଇମାସ ପୂରଣ ହୋଇଛି । ଯାହାକୁ ଆଧାର କରି ତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ସୋସିଆଲ ମିଡିଆରେ ଲୋକଙ୍କୁ ଏକ ଖାସ୍ ଅପିଲ କରିଛନ୍ତି । ସେ ଗ୍ଲୋବାଲ ସ୍ଥରରେ ସମସ୍ତଙ୍କୁ 24 ଘଣ୍ଟା ପାଇଁ ପ୍ରାର୍ଥନା ସଭାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।
ତାଙ୍କ ଏହି ଅଭିଯାନରେ ସାମିଲ ହୋଇଛନ୍ତି ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭିର ପପୁଲାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପ୍ରକାଶ ଥାଉକି ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ଦାବି କରୁଥିବାର ନଜର ଆସୁଛନ୍ତି ବଲିଉଡ ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ବରୁଣ ଧୱନ, ପରିଣୀତି ଚୋପ୍ରା, ସିଦ୍ଧାର୍ଥ ଚତୁର୍ବେଦୀ, କ୍ରିତି ସାନନ, କଙ୍ଗନା ରଣାୱତ।
- " class="align-text-top noRightClick twitterSection" data="
">
ଏହି ସବୁ ଷ୍ଟାର୍ସ ସୋସିଆଲ ମିଡିଆରେ ସିବିଆଇ ଫର ସୁଶାନ୍ତଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ନିଜ ନିଜର ଭିଡିଓ, ଫଟୋ ସେୟାର କରି ସିବିଆଇ ଯାଞ୍ଚ ଦାବି କରୁଥିବାର ଦେଖାଯାଉଛନ୍ତି ।