ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକ ଛୋଟ ପରଦାର ଫେମସ କମେଡି ଶୋ ‘ଦ କପିଲ ଶର୍ମା’ ବ୍ୟାନ କରିବାକୁ ଦାବି କରୁଥିବାର ନଜର ଆସୁଛନ୍ତି । ଏହାର କାରଣ ହେଲା ଯେ ଶୋର ନିର୍ମାତାଙ୍କ ମଧ୍ୟରେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ସାମିଲ ଅଛନ୍ତି । ଯାହାକୁ ନେଇ କ୍ରୋଧିତ ନଜର ଆସୁଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ । ଫେସବୁକରେ ସୋମବାର ଜଣେ ୟୁଜର ଜଷ୍ଟିସ ଫର ସୁଶାନ୍ତ ରାଜପୁତ ହ୍ୟାଶଟ୍ୟାଗ ଏସଏସଆର ନାମକ ଏକ ଗ୍ରୁପରରେ ଲେଖିଥିଲେ, ‘ପ୍ରିୟ ସଦସ୍ୟ ଦ କପିଲ ଶର୍ମା ଶୋ ପୁରା ରୂପେ ବହିଷ୍କାର କର।’
ସେହିପରି ଗ୍ରୁପର ଅନ୍ୟ ସଦସ୍ୟ ଏହାକୁ ସେୟାର କରି ଲେଖିଛନ୍ତି, ‘ପ୍ରିୟ ଏସଏସଆର ପରିବାର, ଦୟା କରି ଧ୍ୟାନ ରଖନ୍ତୁ ଯେ ସଲମାନ ଖାନ ଦ କପିଲ ଶର୍ମା ଶୋର ସହ-ନିର୍ମାତା । ଆମେ କେବଳ ତାଙ୍କ ଫିଲ୍ମ ମାଧ୍ୟମରେ ନୁହେଁ ବରଂ ସବୁ ସ୍ଥାନରୁ ତାଙ୍କୁ ବହିଷ୍କାର କରିବା । ଏବେଠୁ ଦ କପିଲ ଶର୍ମା ଶୋ ପୁରା ରୂପେ ବହିଷ୍କାର । ’
ସେହି ଗ୍ରୁପରେ ବର୍ତ୍ତମାନ 91 ହଜାର ସଦସ୍ୟ ଅଛନ୍ତି । କମେଡି ଶୋକୁ ବହିଷ୍କାର କରିବା ଆହ୍ନାନକୁ ସମର୍ଥନ କରି ଅନେକ ସଦସ୍ୟ ଏହାକୁ ଲାଇକ ଏବଂ ସେୟାର କରିବାରେ ଲାଗିଛନ୍ତି ।
ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ବଲିଉଡ ସହ କିଛି ସେଲିବ୍ରିଟିଙ୍କ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଆଣିବାରେ ଲାଗିଛନ୍ତି ତାଙ୍କ ଫ୍ୟାନ୍ସ । ଏହି କ୍ରମରେ ସାମିଲ ଅଛନ୍ତି ସଲମାନ, କରନ ଜୋହର, ସୋନାକ୍ଷୀ ସିହ୍ନା, ସୋନମ କପୁର, ମହେଶ ଭଟ୍ଟ ଓ ଆଲିୟା ଭଟ୍ଟ ଭଳି ସେଲିବ୍ରିଟି । ଯେଉଁମାନେ ପ୍ରାୟତଃ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଦ୍ବାରା ଟ୍ରୋଲ ହେଉଥିବାର ନଜର ଆସୁଛନ୍ତି ।
ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ