ETV Bharat / sitara

ସୁପ୍ରିମକୋର୍ଟରେ ସୁଶାନ୍ତ-ରିଆ ଓକିଲଙ୍କ ଯୁକ୍ତିତର୍କ - ମଙ୍ଗଳବାର ସୁଶାନ୍ତ ସିଂ ରାଜପୁତଙ୍କ କେସରେ ପୁନଃ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଦ୍ବିତୀୟଥର ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ରିଆଙ୍କ ଯାଚିକା ଉପରେ ଥିଲା ଶୁଣାଣି । ମୁହାଁମୁହିଁ ହେଲେ ସବୁ ଓକିଲ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 11, 2020, 6:07 PM IST

ମୁମ୍ବାଇ: ମଙ୍ଗଳବାର ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସୁପ୍ରିମକୋର୍ଟରେ ପୁନଃଶୁଣାଣି ହୋଇଛି । ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ନିକଟରେ ଯାଚିକା ଦାୟର କରିଥିଲେ । ଯେଉଁଥିରେ ସେ କେସକୁ ବିହାରରୁ ମୁମ୍ବାଇ ଟ୍ରାନ୍ସଫର କରିବାକୁ ଅପିଲ କରିଥିଲେ । ଜଷ୍ଟିସ ହୃଷିକେଶ ରାୟଙ୍କ ବେଞ୍ଚ ଦ୍ବାରା ଆଜି ଶୁଣାଣି ହୋଇଛି । ସେହିପରି ବିହାର ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ, ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏଏମ ସିଂଘଭି ଥିବା ବେଳେ । ରିଆଙ୍କ ତରଫରୁ ଶ୍ୟାମ ଦିୱାନ ଓ ସୁଶାନ୍ତଙ୍କ ଫ୍ୟାମିଲ ଓକିଲ ବିକାଶ ଗୁପ୍ତା ଏହି ଶୁଣାଣିରେ ଉପସ୍ଥିତ ଥିଲେ ।

କୋର୍ଟରେ ରିଆଙ୍କ ଓକିଲ ଶ୍ୟାମ ପାଟନାରେ ରୁଜୁ ହୋଇଥିବା ଏଫଆଇର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଆଉ କହିଥିଲେ, ‘ବିହାରରେ ଯେଉଁ ଏଫଆଇଆର ରୁଜୁ ହୋଇଥିଲା ଜୁଲାଇ 25ରେ ମହାରାଷ୍ଟ୍ର ଟ୍ରାନ୍ସଫର କରିବାର ଅପିଲ କରାଯାଇଥିଲା । ଅଧିକାରୀଙ୍କ ନିଷ୍ପତ୍ତି ଅନୁୟାୟୀ ଏହି ଦାବି ଉପରେ ଅଦାଲତ ନିର୍ଦ୍ଦେଶ ଜାରି କରନ୍ତୁ । ବାନ୍ଦ୍ରା ପୋଲିସ ଷ୍ଟେସନକୁ ଏଫଆଇଆର ଟ୍ରାନ୍ସଫର କରାଯାଉ । ପାଟନାରେ ଏଫଆଇଆର ରୁଜୁ ହୋଇଛି । ଯେଉଁଠିକାର ଏହି ଘଟଣା ନୁହେଁ । 38 ଦିନ ବିଳମ୍ବରେ ଏହି ଏଫଆଇଆର ରୁଜୁ କରାଯାଇଥିଲା । ଯଦି ମାମଲକୁ ଟ୍ରାନ୍ସଫର ପାଟନାରୁ ମୁମ୍ବାଇ ନକରାଯାଇଛି ତେବେ ରିଆଙ୍କୁ ନ୍ୟାୟ ମିଳିବ ନାହିଁ।’

ଚାରିଜଣିଆ ପୋଲିସ ଟିମ ମଧ୍ୟ ବିହାରରୁ ଯାଇଥିଲେ । ଏହାପରେ ବିହାର ସରକାର ମାମଲାକୁ ସିବିଆଇକୁ ଦେବାକୁ ଦାବି କରିଥିଲେ । ଆଉ କେନ୍ଦ୍ର ମଧ୍ୟ ଏହି କେସ ବର୍ତ୍ତମାନ ସିବିଆଇକୁ ଦେଇସାରିଛନ୍ତି । ଏହି ମାମଲାରେ ବିହାର କୌଣସି ହସ୍ତକ୍ଷେପ କରିବା କଥା ନୁହେଁ । 38 ଦିନ ପରେ ଏଫଆଇଆର ରୁଜୁ କରିବାର କୌଣସି ଯଥାର୍ଥତା ନାହିଁ । ଏହି ଏଫଆଇଆର ରୁଜୁ କରିବା ପଛରେ ରାଜନୈତିକ କାରଣ ଅଛି । ବିହାର ପୋଲିସ ଏମିତି ଏକ ମାମଲାର ଏଫଆଇଆର ରୁଜୁ କରିଛି, ଯାହା ବିହାରରେ ଘଟିନାହିଁ କିମ୍ବା କୌଣସି କନେକ୍ସନ ବି ନାହିଁ । ବିହାର ପୋଲିସ ନିଜେ ଏଫଆଇଆର ସ୍ଥାନାନ୍ତର କରିବାର ଥିଲା । କିନ୍ତୁ ସେମାନେ ଏହା କରିନାହାଁନ୍ତି । ନିୟମ ଅନୁଯାୟୀ ଏଫଆଇଆର ସେହିଠାରେ ଦାଖଲ କରାଯାଏ ଯେଉଁଠାରେ କ୍ରାଇମ ହୋଇଥାଏ । ଯାହା ବାଧ୍ୟତାମୂଳକ ଅଟେ ବୋଲି କହିଥିଲେ ଶ୍ୟାମ ।

ଅନ୍ୟପଟେ ବିହାର ସରକାରଙ୍କ ଓକିଲ ମନିନ୍ଦର କହିଥିଲେ ଯେ ମହାରାଷ୍ଟ୍ର ପୋଲିସ କୌଣସି ଏଫଆଇଆର ରୁଜୁ କରିନଥିଲା । ଜୁନ 25 ପରେ କେତେ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ଯଦି ପୋଷ୍ଟମର୍ଟମ ପରେ ଆପଣ ରିପୋର୍ଟ ଫାଇଲ କରି ପଚରାଉଚରା ପାଇଁ କାହାକୁ ଡାକୁଛନ୍ତି ତେବେ ଆପଣଙ୍କୁ ଏଫଆଇଆର ରୁଜୁ କରିବାକୁ ପଡିଥାଏ ।

ମନିନ୍ଦରଙ୍କ ଏହି ପ୍ରତିକ୍ରିୟାରେ ମହାରାଷ୍ଟ୍ର ସରକାରଙ୍କ ଓକିଲ ଜବାବ ଦେଇ କହିଥିଲେ ଯେ ବିହାରରେ ବିଳମ୍ବରେ ଏଫଆଇଆର ରୁଜୁ କରାଗଲା । ଆମକୁ ମାମଲାର ସୂଚନା ମିଳିବା ମାତ୍ରେ ମୁମ୍ବାଇରେ ଏଫଆଇଆର ରୁଜୁ କରାଯାଇଥିଲା ।

ପ୍ରକାଶ ଥାଉକି ଏହି କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ବିହାର ସରକାରଙ୍କ ଓକିଲ ଓ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.