ETV Bharat / sitara

ଶିବାନୀଙ୍କ ଖୁଲାସା, ରିଆଙ୍କ ସହ ଦୁର୍ବ୍ୟବହାର କରିଥିଲେ ସୁଶାନ୍ତଙ୍କ ଭଉଣୀ - ସ୍ବିର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା

ଗୁରୁବାର ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଚର୍ଚ୍ଚାରେ ଶିବାନୀ ଦାଣ୍ଡେକର । ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ଉପରେ ଆଣିଲେ ସାଙ୍ଘାତିକ ଅଭିଯୋଗ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Sep 3, 2020, 3:22 PM IST

ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଅନେକ ଅଭିଯୋଗ ଲଗାଇ ତାଙ୍କୁ ଦୋଷୀ କହିବାରେ ଲାଗିଛି ମିଡିଆ । ହେଲେ କ୍ରମାଗତ ଭାବେ ଏହି ମାମଲାରେ ଯାଞ୍ଚ କରିଆସୁଥିବା ସିବିଆଇ ହାତରେ ଏଯାବତ ତାଙ୍କ ମର୍ଡରକୁ ନେଇ କୌଣସି ତଥ୍ୟ ଲାଗିନାହିଁ । ଯାହାକୁ ଆଧାର କରି ବର୍ତ୍ତମାନ ତାଙ୍କ ଆତ୍ମହତ୍ୟା କାରଣ ପତାଲଗାଇବାରେ ଲାଗିପଡିଛି ସିବିଆଇ । ସେପଟେ ଧିରେ ଧିରେ କରି ଅନେକ ସେଲିବ୍ରିଟି ରିଆଙ୍କ ସମର୍ଥନରେ ସାମ୍ନାକୁ ଆସୁଛନ୍ତି । ବୁଧବାର ରିଆଙ୍କ ବନ୍ଧୁ ତଥା ଅଭିନେତ୍ରୀ ଶିବାନୀ ଦାଣ୍ଡେକର ଟ୍ବିଟ କରି ତାଙ୍କୁ ସମର୍ଥନ କରିଥିଲେ । ଆଉ ଏବେ ଏକ ସାକ୍ଷାତକାରରେ ଯୋଗ ଦେଇ ଅନେକ କଥାର ଖୁଲାସା କରିଛନ୍ତି ।

ସେ ସାକ୍ଷାତକାରରେ କହିଛନ୍ତି ଯେ ରିଆଙ୍କ ସହ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଦୁର୍ବ୍ୟବହାର କରିଥିଲେ । ଯାହା ବିଷୟରେ ତାଙ୍କୁ ରିଆ ଜଣାଇଥିଲେ । ଯାହାକୁ ନେଇ ସୁଶାନ୍ତ ଓ ତାଙ୍କ ପରିବାର ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ସେହିପରି ସୁଶାନ୍ତଙ୍କ ପରିବାର ଲୋକ ମଧ୍ୟ ରିଆଙ୍କୁ ପସନ୍ଦ କରନ୍ତି ନାହିଁ । ପ୍ରିୟଙ୍କାଙ୍କ ଦୁର୍ବ୍ୟବହାର ବିଷୟରେ ସୁଶାନ୍ତଙ୍କୁ ରିଆଙ୍କୁ ଜଣାଇଥିଲେ । ସେହି କଥା ଶୁଣି ସୁଶାନ୍ତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ ।

ଏହାବ୍ୟତୀତ ଶିବାନୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଦୟା କରି ଇନଭେଷ୍ଟିଗେଟିଂ ଅଫିସରଙ୍କୁ ତାଙ୍କ କାମ ଶାନ୍ତିରେ କରିବାକୁ ଦିଆଯାଉ । ଫାଲତୁରେ ରିଆଙ୍କୁ ଅପମାନ କରିବା ବନ୍ଦ କରନ୍ତୁ । ଯେପର୍ଯ୍ୟନ୍ତ ସତ ସାବ୍ୟସ୍ତ ହୋଇନାହିଁ, ସେହି ପର୍ଯ୍ୟନ୍ତ ଆଇନ କାର୍ଯ୍ୟ ଉପରେ ବିଶ୍ବାସ ରଖନ୍ତୁ ।

ପ୍ରକାଶ ଥାଉକି ନିକଟରେ ଏକ ନ୍ୟୁଜ ଚ୍ୟାନେଲକୁ ରିଆ ଦେଇଥିବା ସାକ୍ଷାତକାରରେ ମଧ୍ୟ ଖୁଲାସା କରିଥିଲେ କି ପ୍ରିୟଙ୍କା ମଦ ପିଇ ତାଙ୍କୁ ଆପତ୍ତିଜନକ ରୂପେ ଛୁଇଁବାକୁ ଚେଷ୍ଟା କରୁଥିଲେ । ରିଆଙ୍କ ଏହି କଥାକୁ ନେଇ ସବୁ ମହଲରେ ଚର୍ଚ୍ଚା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.