ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସଂ ରାଜପୁତଙ୍କ ପୋଷ୍ଟମର୍ଟମ କରିଥିବା କୂପର ହସ୍ପିଟାଲର କିଛି ଡାକ୍ତର ଏବେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେଉଛନ୍ତି । ଡାକ୍ତରଙ୍କ ଫୋନକୁ ମଧ୍ୟ ଗାଳିଗୁଲଜ ମେସେଜ ଓ ଧମକପୂର୍ଣ୍ଣ କଲ ଆସିବା ଆରମ୍ଭ ହୋଇଯାଇଛି । ଅଟୋପ୍ସି ରିପୋର୍ଟର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କୂପର ହସ୍ପିଟାଲର 5 ଜଣ ଡାକ୍ତରଙ୍କ ନାମ ଓ ମୋବାଇଲ ନମ୍ବର ଦେଖିବାକୁ ମିଳୁଛି । ଏହି କାରଣ ପାଇଁ ବର୍ତ୍ତମାନ ଡାକ୍ତର ସମସ୍ୟା ଘେରରେ ଆସିଛନ୍ତି ।
ଏହି ମାମଲାରେ ମହାରାଷ୍ଟ୍ରର ମେଡିକାଲ ଲିଗାଲ ସଂଘର ଅଧ୍ୟକ୍ଷ ଡାକ୍ତର ସୌଲେଷ ମୋହିତେ କହିଛନ୍ତି, ‘କୂପର ହସ୍ପିଟାଲର ଡାକ୍ତର ପିନାକିନ ଗୁଜ୍ଜର ମତେ ଜଣାଇଛନ୍ତି ଯେ କିଛି ଦିନରୁ ଏପରି ଧମକପୂର୍ଣ୍ଣ ଫୋନ ଓ ଗାଳିଗୁଲଜ ଭରା ମେସସେଜ 5 ଜଣ ଡାକ୍ତରଙ୍କୁ ଆସୁଛି । ମତେ ଲାଗୁଛି ଯେ ଏପରି ମିଥ୍ୟା ଖବର ପ୍ରଚାର କରି ଡାକ୍ତରଙ୍କୁ ଟ୍ରୋଲ କରୁଥିବା ୟୁଜର୍ସଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନେବା ଦରକାର । ଦୁର୍ଭାଗ୍ୟ କଥା ଯେ ଏହି ଡାକ୍ତରଙ୍କୁ ବର୍ତ୍ତମାନ ସମାଲୋଚନାର ଶିକାର ହେବାକୁ ପଡୁଛି । ଖାଲି ଏତିକି ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି’ ।
ପ୍ରକାଶ ଥାଉକି ଏହି 5ଜଣ ଡାକ୍ତରଙ୍କ ବିରୁଦ୍ଧରେ ସୁଶାନ୍ତ ଅଟୋସ୍ପି ରିପୋର୍ଟେ ଭୁଲ ତିଆରି କରିଥିବାର ଅଭିଯୋଗ ଲଗାଇବା ସହ ଲାଞ୍ଚ ନେବା ଅଭିଯୋଗ ମଧ୍ୟ କରାଯାଉଛି।
ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ