ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ପୁଣି ତାଙ୍କ ବାନ୍ଦ୍ରା ଘରେ ସିବିଆଇ ଟିମ୍

author img

By

Published : Sep 5, 2020, 1:23 PM IST

ବାରମ୍ବାର ସୁଶାନ୍ତଙ୍କ ମୁମ୍ବାଇ ଘରର ଛାନଭିନ କରିବାରେ ଲାଗିଛି ସିବିଆଇ । ଶନିବାରୁ ସିବିଆଇର ଏକ ଟିମ୍ ଚତୁର୍ଥଥର ତାଙ୍କ ବାନ୍ଦ୍ରା ଘରେ ପହଞ୍ଚିଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂ କେସରେ ବର୍ତ୍ତମାନ କଡାକଡି ଯାଞ୍ଚ ଚାଲିଛି । ଗୋଟିଏ ପଟେ ଏନସିବି ଡ୍ରଗ ଡିଲରଙ୍କ ପର୍ଦ୍ଦାଫାଶ କରିବାରେ ଲାଗିଥିବାବେଳେ ସିବିଆଇ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ସବୁ ଲୋକଙ୍କୁ ଜେରା କରୁଛି । ଗତ 15 ଦିନରୁ ଯାଞ୍ଚ କରିଆସୁଛି ସିବିଆଇ । ଆଉ ଶନିବାର ସିବିଆଇର ଏକ ଟିମ୍ ଚତୁର୍ଥଥର ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ଘରେ ଛାନଭିନ କରିବାକୁ ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୁଶାନ୍ତଙ୍କ ଫ୍ଲାଟମେଟ, ବନ୍ଧୁ ସିଦ୍ଧାର୍ଥ ପିଠାନୀ, ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଓ ଷ୍ଟାଫ ନୀରଜ ମଧ୍ୟ ସିବିଆଇ ଟିମ ସହ ବାନ୍ଦ୍ରାସ୍ଥିତ ଘରେ ଉପସ୍ଥିତ ଅଛନ୍ତି । ସିବିଆଇ ପୁଣିଥରେ ଜୁନ 14ରେ ଘଟିଥିବା ଘଟଣାକୁ ରିକ୍ରିଏଟ କରିବ । ଆଉ ସୁଶାନ୍ତଙ୍କ ଆତ୍ମହତ୍ୟାର ସଠିକ୍ କାରଣ ଖୋଜିବ ।

ପ୍ରକାଶ ଥାଉକି ନିକଟରେ ସିବିଆଇ ତରଫରୁ ସୂଚନା ମିଳିଥିଲା ଯେ ସୁଶାନ୍ତଙ୍କ କେସରେ ମର୍ଡରର କୌଣସି ତଥ୍ୟ ମିଳିନାହିଁ । ଯାହାକୁ ଆଧାର କରି ତାଙ୍କ ଆତ୍ମହତ୍ୟାର କାରଣ ଖୋଜାଯାଉଛି । ସେହିପରି ଯଦି ଏନସିବି ଯାଞ୍ଚ କଥା ହେବା, ତେବେ ମୁମ୍ବାଇର କିଛି ଡ୍ରଗ ଡିଲରଙ୍କୁ ଗିରଫ କରିସାରିଲାଣି । ଏହାସହ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମ୍ୟାନେଜର ସାମୁଅଲ ମିରାଣ୍ଡାଙ୍କୁ ରିମାଣ୍ଡରେ ନିଆଯାଇଛି । ଶନିବାର କୋର୍ଟରେ ହାଜର କରିବା ପୂର୍ବରୁ ଏହି ଦୁଇଜଣଙ୍କ ଡ୍ରଗ ଟେଷ୍ଟ ମଧ୍ୟ କରାଯିବ ।

ଖାଲି ଏତିକି ନୁହେଁ ସୌଭିକ ଏହା ମଧ୍ୟ ସ୍ବୀକାର କରିସାରିଲେଣି ଯେ ରିଆଙ୍କ ନିର୍ଦ୍ଦେଶରେ ସାମୁଅଲ, ସୁଶାନ୍ତଙ୍କୁ ଡ୍ରଗ ଦେଉଥିଲେ । ଏହି ଖୁଲାସା ପରେ ସୁଶାନ୍ତଙ୍କ କେସରେ ନୂଆ ମୋଡ ସାମ୍ନାକୁ ଆସିଛି । ଯାହାର ଛାନବିନ ବର୍ତ୍ତମାନ କରୁଛି ଏନସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.