ମୁମ୍ବାଇ: ଗୋଟିଏ ପଟେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଦୁଃଖ ଅଛନ୍ତି ଏଯାବତ ସମସ୍ତେ । ଅନ୍ୟପଟେ ଟିଭି ଆକ୍ଟର ସମୀର ଶର୍ମାଙ୍କ ମୃତ୍ୟୁ ସମସ୍ତଙ୍କୁ ଭାଙ୍ଗି ଦେଇଛି । ନିକଟରେ ସମୀର ନିଜ ମୁମ୍ବାଇ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ଖବରରେ ଟିଭି ଜଗତରେ ଖେଳିଯାଇଥିଲା ଶୋକର ଛାୟା । ସେପରି ତାଙ୍କ ମୃତ୍ୟୁରେ ଅନେକ ଟେଲି କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଲୋକପ୍ରିୟ ଅଭିନେତା ସମୀର ସୋନି ।
ସେ ଏକ ସାକ୍ଷାତକାରରେ ସମୀରଙ୍କୁ ହରାଇବା କ୍ଷତି ବିଷୟରେ ଜଣାଇଥିଲେ । ସେହିପରି ସେ କହିଥିଲେ, ‘ସମୀର ଜଣେ ଶାନଦାର ଅଭିନେତା ହେବା ସହ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ଥିଲେ। ସେ ଜୁନ ମାସରେ ପୁନେ ଯିବା ପାଇଁ ମୋ କାର ନେଇଥିଲେ । ଆଉ ର୍ଦୁଭାଗ୍ୟବଶତଃ ରାସ୍ତାରେ ତାଙ୍କର ଆକ୍ସିଡେଣ୍ଟ ହୋଇଥିଲା । ହେଲେ ସେ ମୋତେ ଜଣାଇନଥିଲେ । କିଛି ଦିନ ପରେ ପୋଲିସ ମତେ ସୂଚନା ଦେଇଥିଲା ଯେ ରାସ୍ତା କଡରେ ଦୁର୍ଘଟଣାଗ୍ରସ୍ତ କାର ମିଳିଛି, ଯାହା ମୋର ଥିଲା । ପରେ ମୁଁ ସମୀରଙ୍କୁ ଏହି କଥା ପଚାରିଥିଲି ହେଲେ ସେ ଆକ୍ସିଡେଣ୍ଟ କଥାକୁ ଖଣ୍ଡନ କରିଥିଲେ । ଏହାପରେ ମୁଁ ତାଙ୍କୁ ଅଧିକା ଆଉ କିଛି ପଚାରିନଥିଲେ । ଗୋଟିଏ ମାସ ପରେ ମୋତେ ଲାଗିଲା ସେ ଠିକ୍ ନାହାଁନ୍ତି । ଏହି ବିଷୟରେ ଜାଣିବା ପାଇଁ ମୁଁ ଗତ ସପ୍ତାହରେ ତାଙ୍କ ମଲାଡ ଘରକୁ ଯାଇଥିଲେ । ସେଠାରେ କାର ଦୁର୍ଘଟଣାକୁ ନେଇ ସେ ମୋତେ କ୍ଷମା ମାଗିଥିଲେ । ଏହାର କିଛି ଦିନ ପରେ ମୁଁ ଶୁଣିଲି ସେ ଆତ୍ମହତ୍ୟା କରି ନେଇଛନ୍ତି । ଯାହା ମୋତେ ଶକ୍ତ ଧକ୍କା ଭଳି ଲାଗିଲା । ତାଙ୍କ ମୃତ୍ୟୁରେ ପୁରା ଦିନ ମୋ କାନ୍ଦି ଥିଲି । ବିଶ୍ବାସ କରିପାରୁନଥିଲି ସେ ଆଉ ଦୁନିଆରେ ନାହାଁନ୍ତି ବୋଲି।’
ପ୍ରକାଶ ଥାଉକି ଦୁଇ ସମୀରଙ୍କ ସାକ୍ଷାତ ସିରିୟଲ ‘ଦିଲ କ୍ୟା ଚାହତା ହେ’ ସେଟରେ ହୋଇଥିଲା । ଯାହାପରଠୁ ଦୁଇଜଣ ପରସ୍ପରର ଭଲ ବନ୍ଧୁ ସାଜିଥିଲେ । ଏବେ ବନ୍ଧୁଙ୍କୁ ହରାଇ ଦୁଃଖି ସମୀର ।