ମୁମ୍ବାଇ: ଶନିବାର ଦିନ ବଲିଉଡର ଭେଟେରାନ ଗାୟିକା ଲତା ମଙ୍ଗେସକର ଏବଂ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ କଙ୍ଗନା ରାନାୱତ ସ୍ୱାମୀ ବିବେକାନନ୍ଦଙ୍କ 118 ତମ ମହାପ୍ରୟାଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ବିବେକାନନ୍ଦଙ୍କ ବ୍ଲାକ ଆଣ୍ତ ହ୍ବାଇଟ ଫଟୋ ପୋଷ୍ଟ କରି ଲତା ଲେଖିଛନ୍ତି, "ଯାହାଙ୍କୁ ମୁଁ ମୋର ପିଲାଦିନରୁ ଗୁରୁ ଭାବରେ ମାନୁଥିଲି, ସେ ସ୍ୱାମୀ ବିବେକାନନ୍ଦ ଜୀ । ତାଙ୍କର ଆଜି ମହାପ୍ରୟାଣ ଦିବସ । ମୁଁ ସ୍ବାମୀ ଜୀଙ୍କ ଚରଣରେ ପ୍ରଣାମ କରୁଛି " ।
କଙ୍ଗନା ସ୍ବାମୀ ଜୀଙ୍କୁ ସ୍ମରଣ କରି ଟ୍ୱିଟରରେ ଲେଖିଛନ୍ତି, "ପ୍ରତ୍ୟେକ କାର୍ଯ୍ୟକୁ ଏହି 3ଟି ପର୍ଯ୍ୟାୟ ଦେଇ ଗତି କରିବାକୁ ପଡିବ- ଉପହାସ, ବିରୋଧ ଏବଂ ସ୍ବୀକୃତି । ଆଜି ସ୍ୱାମୀ ବିବେକାନନ୍ଦ ଜୀଙ୍କର ମହାପ୍ରୟାଣ ଦିବସ । ସେ ଜଣେ ମହାନ ସାଧୁ ଯିଏ ଭାରତୀୟ ସାଂସ୍କୃତିକ ସହିତ ଆଧୁନିକତାର ସ୍ୱପ୍ନ ଦେଖିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ