ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଡେବ୍ୟୁ ୱେବ ସିରିଜ ହେଉଛି 'Broken But Beautiful 3' ଗତ 29 ତାରିଖରେ ଅଲ୍ଟ ବାଲାଜୀରେ ରିଲିଜ ହୋଇଯାଇଛି । ଯାହାକୁ ଫ୍ୟାନ୍ସଙ୍କ ବେଶ୍ ପ୍ରଶଂସା ମିଳିବାରେ ଲାଗିଛି । ସେହିପରି ନିକଟରେ ରିଲିଜ ହୋଇଥିବା ଏହାର ଦ୍ବିତୀୟ ମ୍ୟୁଜିକ ଟ୍ରାକ ‘କ୍ୟା କିୟା ହୈ ତୁନେ’ ବର୍ତ୍ତମାନ ୟୁଟ୍ୟୁବରେ ଚହଳ ସୃଷ୍ଟି କରିଛି । କାରଣ ମାତ୍ରା 4 ଦିନରେ ଏହି ଗୀତକୁ ଏଯାବତ 6 ମିଲିୟନ ଭ୍ୟୁ ମିଳିସାରିଲାଣି । ଏହାସହ ଗୀତକୁ ଲଭ ଆନ୍ଥେମ ସହ ତୁଳନା କରୁଛନ୍ତି ସମସ୍ତେ ।
- " class="align-text-top noRightClick twitterSection" data="">
ଏହି ଗୀତକୁ ଶାନଦାର ଅନ୍ଦାଜରେ ଗାଇଛନ୍ତି ଲୋକପ୍ରିୟ ଗାୟକ ଅମାଲ ମଲ୍ଲିକ ଓ ପଲକ ମୁଚ୍ଛଲ । ଗୀତ ରିଲିଜ ହେବା ଅବସରରେ ସେ କହିଥିଲେ, ‘ଏହି ରୋମାଣ୍ଟିକ ଉପସ୍ଥାପନା ଏକ ହୃଦୟ ବିଦାରକ ପରେ ପ୍ରେମ ଖୋଜିବା ବିଷୟରେ ଜଣାଇବ । ଯାହାକୁ ସମସ୍ତେ ପସନ୍ଦ କରିବେ ।’
ପ୍ରକାଶ ଥାଉକି ଅଲ୍ଟ ବାଲାଜୀର ଏହି ରୋମାଣ୍ଟିକ ସିରିଜରେ ସିଦ୍ଧାର୍ଥଙ୍କ ସହ ରୋମାନ୍ସ କରୁଥିବା ନଜର ଆସୁଛନ୍ତି ଅଭିନେତ୍ରୀ ସୋନିଆ ରାଠୀ । ସେହିପରି ସିରିଜରେ ସିଦ୍ଧାର୍ଥ ଅଗସ୍ତ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସୋନିଆଙ୍କୁ ରୁମି ଭୂମିକାରେ ଦେଖିବାକୁ ମିଳୁଛି।