ETV Bharat / sitara

କୁଶାଲଙ୍କ ମୃ୍ତ୍ୟୁ ଖବର ପରେ କ୍ଷମା ମାଗିଲେ ଏହି ଅଭିନେତା

ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରି ଚର୍ଚ୍ଚାରେ ଆସିଛନ୍ତି ଅଭିନେତା ରୋହିତ ରଏ । କୁଶାଲ ପଞ୍ଜାବୀଙ୍କ ନିଧନ ଉପରେ ଦୁଃଖଭରା ପୋଷ୍ଟ କରି ତାଙ୍କ ଆବଶ୍ୟକ ସମୟରେ ଉପସ୍ଥିତ ନଥିବାରୁ କ୍ଷମା ମାଗିଛନ୍ତି ।

rohit roy shared emotional post
ଡିଜାଇନ ଫଟୋ
author img

By

Published : Dec 29, 2019, 12:00 AM IST

ମୁମ୍ବାଇ: ଅଭିନେତା କୁଶାଲ ପଞ୍ଜାବୀ ଶୁକ୍ରବାର ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ବର୍ତ୍ତମାନ ତାଙ୍କ ମୃତ୍ୟୁ ଉପରେ କେହି ବିଶ୍ବାସ କରିପାରୁନାହାଁନ୍ତି । ଯେଉଁଠାରେ କାନ୍ଦି କାନ୍ଦି ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ମା'। ସେହିଠାରେ ତାଙ୍କ ବନ୍ଧୁ ସୋସିଆଲ ମିଡିଆରେ ଦୁଃଖଭରା ପୋଷ୍ଟ କରିବାରେ ଲାଗିଛନ୍ତି । ଇତିମଧ୍ୟରେ କୁଶାଲଙ୍କ ଖାସ୍ ବନ୍ଧୁ ତଥା ଅଭିନେତା ରୋହିତ ରଏଙ୍କ ଇମୋସନାଲ ଭରା ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହାସହ ସେ କୁଶାଲଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ।

ରୋହିତ ନିଜ ଇନଷ୍ଟାଗ୍ରାମରେ ଓ ଟ୍ବିଟରରେ କୁଶାଲଙ୍କ ନିଧନରେ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି । ସେ କୁଶାଲଙ୍କ ଦୁଃଖଦ ସମୟରେ ଉପସ୍ଥିତି ନଥିବାରୁ କ୍ଷମା ମାଗିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି, ‘କେହି ଭାବିନଥିବେ ଏହି ବ୍ରାଇଟ ହସଭରା ଚେହେରା ପଛରେ ସମସ୍ୟାରେ ପୀଡିତ ମସ୍ତିଷ୍କ ଥିବ । ଯେଉଁ ସମୟରେ ତୁମକୁ ଆମର ସବୁଠାରୁ ଅଧିକା ଆବଶ୍ୟକ ଥିଲା ସେହି ସମୟରେ ଆମେ ତୁମ ସାଥିରେ ନଥିଲୁ । ଏହା ପାଇଁ ମତେ କ୍ଷମା କରିଦେବ କୁଶାଲ । ରେଷ୍ଟ ଇନ ପିସ ମୋ ଭାଇ । ମୁଁ ଏଯାବତ ତୁମ ମୃତ୍ୟୁ ଉପରେ ବିଶ୍ବାସ କରିପାରୁନାହିଁ । ମୁଁ ସେହି କଷ୍ଟକୁ ଭାବି ମଧ୍ୟ ପାରୁନାହିଁ ଯାହାକୁ ତୁମେ ଅନୁଭବ କରି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବ ।’

ପ୍ରକାଶ ଥାଉକି, ଏହି ପୋଷ୍ଟରେ ରୋହିତ ମେଣ୍ଟାଲ ହେଲଥ୍ ବିଷୟରେ ମଧ୍ୟ ଲେଖିଛନ୍ତି । ‘ମାନସିକ ଦୁଶ୍ଚିନ୍ତା କୌଣସି ଲଜ୍ଜାର କଥା ନୁହେଁ । ଏହି ସମସ୍ୟାକୁ କେବେ ଲୁଚାଇବା କଥା ନୁହେଁ । ନିଜ ସହ ସମ୍ପୃକ୍ତ ଥିବା ଲୋକଙ୍କ ସହ ଏହି କଥାକୁ ସେୟାର କର । ମତେ ବିଶ୍ବାସ ଅଛି ଏମିତି କରିବା ଦ୍ବାରା ସାହାଯ୍ୟ ନିହାତି ମିଳିବ । ଯଦି ଆପଣଙ୍କୁ ଲାଗୁଛି କେହି ବ୍ୟସ୍ତ ଅଛନ୍ତି, ତଥାପି ତାଙ୍କ ପାଖକୁ ଯାଅ । ସେ ସମୟ ବାହାର କରିନେବେ । ମାନବିକତା ଏଯାବତ ମରିନାହିଁ ’ ବୋଲି ଲେଖିଛନ୍ତି ରୋହିତ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.