ETV Bharat / sitara

ବିବାହ ପରେ ବଦଳିଯାଇଛନ୍ତି ବରୁଣ: କ୍ରିତି ସାନନ

author img

By

Published : May 10, 2021, 11:20 AM IST

ବରୁଣଙ୍କ ବିଷୟରେ ଆଶ୍ଚର୍ଯ୍ୟକର କଥା କହିଲେ କ୍ରିତି । ‘ଦିଲୱାଲେ’ ପରେ ଏହି ଯୋଡିଙ୍କୁ ଏକାଠି ଦେଖିବାକୁ ମିଳିବ ଫିଲ୍ମ ‘ବେହଡିୟା’ରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିର୍ଦ୍ଦେଶକ ଅମର କୌଶିକଙ୍କ ଆଗାମୀ ଫିଲ୍ମ ‘ବେହଡିୟା’ରେ ନଜର ଆସିବେ ‘ଦିଲୱାଲେ’ ଯୋଡି ବରୁଣ ଧୱନ ଓ କ୍ରିତି ସାନନ । ସେପଟେ ଫିଲ୍ମକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ସେହିପରି ନିକଟରେ ବରୁଣଙ୍କ ସହ ପୁଣିଥରେ କାମ କରିବାକୁ ନେଇ କ୍ରିତି କହିଥିଲେ ଯେ ସେ ଏବଂ ବରୁଣ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି ଏବଂ ସେମାନଙ୍କର ପ୍ରଥମ ସହଯୋଗ ପରେ ଦୁଇଜଣ ଭଲ ବନ୍ଧୁ ରୂପେ ରହିଆସୁଛନ୍ତି । ହେଲେ ଏବେ ବରୁଣ ବିବାହିତ ଥିବାରୁ ତାଙ୍କ ମଧ୍ୟରେ ପାଇଥିବା ପାର୍ଥକ୍ୟକୁ ଅଭିନେତ୍ରୀ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ କ୍ରିତି କହିଥିଲେ, ‘ଆମେ ଏକାଠି କାମ କରିବାର 6 ବର୍ଷ ବିତିଗଲାଣି । ମୁଁ ଭାବୁଛି ଆମ ଦୁହେଁ କଳାକାର ଏବଂ ବ୍ୟକ୍ତିବିଶେଷ ଭାବରେ ଆଗାକୁ ବଢୁଛୁ । ସେ ବର୍ତ୍ତମାନ ବିବାହିତ, କିନ୍ତୁ ସେ ତଥାପି ସମାନ, କେବଳ ପୂର୍ବ ଅପେକ୍ଷା ଟିକିଏ ଅଧିକ ପରିପକ୍ବ ହୋଇଯାଇଛନ୍ତି।’

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେହିପରି ସେ ଫିଲ୍ମ ବିଷୟରେ ଆଲୋଚନା କରି କହିଥିଲେ, ‘ବେହଡିୟା ଏକ ହରର, କମେଡି ଫିଲ୍ମ । ଆମର ଶେଷ ପ୍ରୋଜେକ୍ଟରେ ଆମେ ଯାହା କରିଥିଲୁ ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ଏହା ଆମ ଦୁହେଁଙ୍କ ପାଇଁ ବହୁତ ମଜାଦାୟକ ।’ ପ୍ରକାଶ ଥାଉକି ନିକଟରେ ‘ବେହଡିୟା’ର ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ କରିଥିଲେ ଏହି ଯୋଡି । ଅରୁଣାଚଳରେ ସୁଟିଂ ହୋଇଥିଲା ଫିଲ୍ମର ପ୍ରଥମ ସିଡ୍ୟୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.