ହାଇଦ୍ରାବାଦ: ନିକଟରେ କ୍ରିତି ଏକ ଦୁଃସାହାସିକ ଯାତ୍ରା ପାଇଁ ଦକ୍ଷିଣ ଆଫ୍ରିକାର ଲୁସାକାରେ ପହଞ୍ଚିଛନ୍ତି । କ୍ରିତି ସେଠାରେ ଛୁଟିକୁ ବେଶ ଉପଭୋଗ ମଧ୍ୟ କରୁଛନ୍ତି । ପ୍ରତିଦିନ କିଛି ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ତେବେ ଏହି ଦୁଃସାହାସିକ ଯାତ୍ରାର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।
ଫଟୋରେ କ୍ରିତି ଚିତାବାଘଙ୍କ ସହ ଫଟୋପୋଜ ଦେଉଥିବାର ନଜର ଆସିଛନ୍ତି । ଏପରିକି ଚିତା ସହ ଚାଲୁ ଥିବାର ବି ଏକ ଫଟୋ ସେୟାର କରିଛନ୍ତି କ୍ରିତି । କିନ୍ତୁ କିଛି ୟୁଜର୍ସ ଏଥିପାଇଁ କ୍ରିତିଙ୍କୁ କରିଛନ୍ତି ଟ୍ରୋଲ । ଜଣେ ୟୁଜର୍ସ ବଲିଉଡ ଅଭିନେତାଙ୍କୁ ଡବଲ ଷ୍ଟାଣ୍ଡାଡ କହିଛନ୍ତି । ଗୋଟେ ପେଟା(PETA)କୁ ସମର୍ଥନ କରୁଥିବା ବେଳେ ଅନ୍ୟପକ୍ଷେ ଆନିମଲ ଟୁରିଜିମକୁ ସମର୍ଥନ କରୁଛନ୍ତି ।
ଅନ୍ୟଜଣେ କହିଥିଲେ, ‘ଆପଣ ଜଣେ ସେଲିବ୍ରିଟି ତେଣୁ ଏସବୁ ଆପଣଙ୍କୁ ସୋଭା ଦେଉନି’ । ଜଙ୍ଗଲି ପ୍ରାଣୀଙ୍କ ସହ କ୍ରିତିଙ୍କର ଏଭଳି ପୋଷ୍ଟକୁ ସୋସିଆଲ ମିଡିଆର ୟୁଜର୍ସ ଗ୍ରହଣ କରିପାରୁନାହାଁନ୍ତି । ପ୍ରକାଶଥାଉକି, କ୍ରିତି ଜମ୍ବିଆର ‘ଭିକ୍ଟୋରିଆ ଫଲ୍’ରେ ପ୍ରାକୃତିକ ପରିବେଶରେ ଥିବା ପ୍ରାଣୀଙ୍କୁ ଦେଖିବାକୁ ପହଞ୍ଚିଥିଲେ । ‘ଭିକ୍ଟୋରିଆ ଫଲ୍’ ଜମ୍ବିଆ ଓ ଜିମ୍ବାୱେର ସୀମାରେ ଅଛି । ତେବେ କ୍ରିତି ଖୁବ ଶୀଘ୍ର ଫିଲ୍ମ ‘ଅର୍ଜୁନ ପଟିଆଲା’ରେ ନଜର ଆସିବେ ।