ETV Bharat / sitara

64 ବର୍ଷରେ ଜ୍ୟାକି, ସ୍ପେଶାଲ ପ୍ଲାନିଂ କଲେ ଲାଡଲୀ - 64 ବର୍ଷରେ ପଦାର୍ପଣ କଲେ ଜ୍ୟାକି ଶ୍ରଫ

ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫଙ୍କୁ ନେଇ ନୂଆ ଚର୍ଚ୍ଚା । ପିତା ତଥା ଲୋକପ୍ରିୟ ଅଭିନେତା ଜ୍ୟାକିଙ୍କ ଜନ୍ମଦିନ ଏମିତି ପାଳନ କରିବାକୁ ଯୋଜନା କରିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିଷ୍ଣା ଶ୍ରଫ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିଷ୍ଣା ଶ୍ରଫ
author img

By

Published : Feb 1, 2021, 4:45 PM IST

ମୁମ୍ବାଇ: ବଲିଉଡର ଜଗୁ ଦାଦା ଆଜି 64 ବର୍ଷରେ ପଦାର୍ପଣ କରିଛନ୍ତି । ନିଜ ଅଭିନୟ କ୍ୟାରିୟରରେ ସେ 200ରୁ ଅଧିକ ଫିଲ୍ମରେ ଦେଖାଇସାରିଛନ୍ତି ନିଜ ଅଭିନୟର ଯାଦୁ । ଜନ୍ମଦିନ ଅବସରରେ ପରିବାର ସହ ସମୟ ବିତାଉଛନ୍ତି ଜ୍ୟାକି । ସେପଟେ ତାଙ୍କ ଲାଡଡୀ କ୍ରିଷ୍ଣା ଶ୍ରଫ ବାପାଙ୍କ ଜନ୍ମଦିନକୁ ସ୍ପେଶାଲ କରିବା କଥା କହିଛନ୍ତି ।

ତାଙ୍କୁ ଏକ ସାକ୍ଷାତକାରରେ ପିତାଙ୍କ ଜନ୍ମଦିନ କିପରି ପାଳନ କରିବା ପ୍ରଶ୍ନ ପଚାରାଯିବାରୁ ସେ ସଙ୍ଗେ ସଙ୍ଗେ କହିଥିଲେ, ‘ପୁରା ପରିବାର ପ୍ଲାନିଂ କରୁଛୁ ତାଙ୍କୁ ଭଲ ସ୍ଥାନକୁ ନେଇକି ଯିବାକୁ । ଆଉ ଏକାଠି ବସି ସମସ୍ତେ ଭୋଜନ ମଧ୍ୟ କରିବୁ । ଯଦି ସମସ୍ତଙ୍କ ପାଖରେ ସମୟ ହେଲା ତେବେ ଆମେ ଆମ ଫର୍ମାହାଉସ ଯାଇ ସେଠାରେ ବାପାଙ୍କ ବର୍ଥଡେ ସେଲିବ୍ରେଟ କରିବୁ ।’

‘ଏଭଳି ମଣିଷଙ୍କ ଜନ୍ମଦିନ ପାଳନ କରିବା ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ । ସେ ଏମିତି ବ୍ୟକ୍ତିତ୍ବ ଯାହାଙ୍କ ପରି ଦୁନିଆ ଅଧିକ ଲୋକଙ୍କୁ ଆବଶ୍ୟକ କରେ, କିନ୍ତୁ ଦୁର୍ଭାଗ୍ୟବଶତ । କାରଣ ମୋ ବାପା ପରି ଆଉ କେହି ନାହାଁନ୍ତି । ଜନ୍ମଦିନର ଶୁଭେଚ୍ଛା, ବାପା’ ବୋଲି କହିଛନ୍ତି କ୍ରିଷ୍ଣା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.