ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ କୋଙ୍କଣା ଶର୍ମା ଖୁବଶୀଘ୍ର ଏକ ସଟ ଫିଲ୍ମ 'ଏ ମନସୁନ ଡେଟ' ନେଇ ପରଦାରେ ନଜର ଆସିବେ । ଫିଲ୍ମଟି ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ । ଅନ୍ୟପଟେ ଫିଲ୍ମରେ କୋଙ୍କଣା LGBT ସମୁଦାୟ ସହ ସମ୍ପୃକ୍ତ ଥିବା ଭୂମିକାରେ ଦେଖାଯିବେ ।
ଏହି ଅବସରରେ ସେ ଏକ ସାକ୍ଷାତକାରରେ ଫିଲ୍ମକୁ ନେଇ ଅନେକ କଥା ସେୟାର କରିଥିବାର ନଜର ଆସୁଛନ୍ତି । ଏହାସହ ସେ LGBTକୁ ଆଜି ପର୍ଯ୍ୟନ୍ତ ସମାଜରେ ସମାନ ଅଧିକାର ମିଳିନାହିଁ ବୋଲି କହିଛନ୍ତି ।
ମୁମ୍ବାଇ ଭଳି ବଡ ସହରରେ LGBT କମ୍ୟୁନିଟି ଲୋକଙ୍କୁ ଘର ଭଡା ମିଳୁନାହିଁ । କାରଣ ତାଙ୍କୁ ଦେଖି କେହି ଘର ଦେବାକୁ ରାଜି ହେଉନାହାଁନ୍ତି । ମୁମ୍ବାଇ ବ୍ୟତୀତ ଅନ୍ୟ ଛୋଟ ସହରରେ ଏମାନଙ୍କ ସହ ଆହୁରି ଖରାପ ବ୍ୟବହାର କରାଯାଉଛି ବୋଲି କହିଛନ୍ତି କୋଙ୍କଣା ।
ଦୁଇଟି ନ୍ୟାଶନାଲ ଆୱାର୍ଡ ଓ ଚାରୋଟି ଫିଲ୍ମ ଫେୟାର ଆୱାର୍ଡ ଜିତିସାରିଥିବା କୋଙ୍କଣା ଏହି ସଟ ଫିଲ୍ମ ଜରିଆରେ ସମଲିଙ୍ଗୀ ସମ୍ପର୍କକୁ ନେଇ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ।