ETV Bharat / sitara

କୋକିଳକଣ୍ଠୀଙ୍କ କଣ୍ଠରୋଧ: କାହିଁକି କରିନଥିଲେ ବିବାହ ? କଣ ଥିଲା ବିବାଦ ଜାଣନ୍ତୁ

ଆଉ ଶୁଣିବାକୁ ମିଳିବନି କିମ୍ବଦନ୍ତୀ ଗାୟିକା ତଥା କୋକିଳ କଣ୍ଠୀ ନାମରେ ପରିଚିତ ଲତା ମଙ୍ଗେଶକରଙ୍କ ସୁମଧୁର କଣ୍ଠ । ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଏହି ଖବର ଆସିବା ପରେ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ଅଧିକ ପଢନ୍ତୁ

କୋକିଳକଣ୍ଠୀଙ୍କ କଣ୍ଠରୋଧ: କାହିଁକି କରିନଥିଲେ ବିବାହ ? କଣ ଥିଲା ବିବାଦ ଜାଣନ୍ତୁ
କୋକିଳକଣ୍ଠୀଙ୍କ କଣ୍ଠରୋଧ: କାହିଁକି କରିନଥିଲେ ବିବାହ ? କଣ ଥିଲା ବିବାଦ ଜାଣନ୍ତୁ
author img

By

Published : Feb 6, 2022, 9:57 AM IST

Updated : Feb 6, 2022, 5:25 PM IST

ହାଇଦ୍ରାବାଦ: ମଙ୍ଗେଶକର । ଲତା ମଙ୍ଗେଶକରଙ୍କ ନାମ ଆସିବା ମାତ୍ରେ ସମ୍ମାନରେ ମଥାନତ ହୋଇଯାଏ । କାରଣ ଲତାଙ୍କ ସ୍ୱରର ଯାଦୁ ସମସ୍ତଙ୍କୁ ବିମୋହିତ କରେ । କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ଅଛନ୍ତି ତାଙ୍କର ଫ୍ୟାନ୍। ଲତା ମଙ୍ଗେସକର ୬ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ମଖମଲି ସ୍ୱରରେ ଲୋକକୁ ବାନ୍ଧି ରଖିଥିଲେ । ନିଜ ସ୍ୱରରେ ସେ କେତେବେଳେ ପ୍ରେମଭାବନା ଜାଗ୍ରତ କରାନ୍ତି ତ ଆଉ କେତେବେଳେ ଆଖିରେ ଲୁହ ଭରିଦେଉଥିଲେ । ନିଜ କୋକିଳ କଣ୍ଠରେ ସୁମଧୁର ଗୀତ ଗାଇ ସମସ୍ତଙ୍କୁ ନିଜର କରିଥିବା ଏହି ବିଶିଷ୍ଟ ଗାୟିକାଙ୍କ ପରଲୋକ ଘଟିଛି । ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଏହି ଦୁଃଖଦ ଖବର ଆସିବା ମାତ୍ରେ ସାରା ଦେଶ ହୋଇଯାଇଛି ସ୍ତବ୍ଧ ।

କୋକିଳକଣ୍ଠୀଙ୍କ କଣ୍ଠରୋଧ: କାହିଁକି କରିନଥିଲେ ବିବାହ ? କଣ ଥିଲା ବିବାଦ ଜାଣନ୍ତୁ

ସଂଘର୍ଷରୁ ସଫଳତା:-

ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ, ଗୁରୁ ଓ ଥିଏଟର କଳାକାର ଥିଲେ । ପିଲାବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ଲତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ଚଳଚ୍ଚିତ୍ର ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେଶକର ।

୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେଶକର ହିନ୍ଦୀ ଓ ମରାଠୀ ଭାଷାରେ ୮ଟି ଗୀତରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା । ୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ପୂରା ଦେଶବାସୀଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ ।

ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେଶକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିକୱା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ । ଲତା ମଙ୍ଗେଶକର ୨୦ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ ।

'ମେରୀ ଆୱାଜ ହି ପେହଚାନ ହୈ'....ଏହି ଆଇକନିକ୍ ଗୀତ ପାଇଁ ତାଙ୍କୁ ମିଳିଥିଲା ଅଲଗା ଏକ ପରିଚୟ । ପାଲଟିଥିଲେ ଦେଶର ସ୍ୱର । ପରିଚୟ ପାଇଁ ତାଙ୍କର ନାଁ ହିଁ ଯଥେଷ୍ଟ । ସେ ହେଉଛନ୍ତି ସୁର ସାମ୍ରାଜ୍ଞୀ । ତାଙ୍କ କଣ୍ଠର ଯାଦୁରେ ମତୁଆଲା ସଭିଏଁ । ଛୋଟ ହେଉ କି ବଡ଼ ସମସ୍ତେ କିଛି ନା କିଛି ଗୀତ ଗୁଣୁଗୁଣେଇ ଥାନ୍ତି । ଛଅ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ସେହି ମଖମଲି ସ୍ୱରରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ । ସଭିଏ ତାଙ୍କ କଣ୍ଠର ଯାଦୁରେ ମତୁଆଲା । ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଏହି ସାମ୍ରାଜ୍ଞୀଙ୍କ ବ୍ୟକ୍ତିତ୍ବ ବି କିଛି ନିଆରା । ସେ ଆଉ କେହି ନୁହେଁ ସମସ୍ତଙ୍କର ଅତି ପ୍ରିୟ ଲତା ମଙ୍ଗେଶକର । କେବଳ ଭାରତରେ ନୁହେଁ ଦେଶ ବିଦେଶରେ ବି ତାଙ୍କର ଫ୍ୟାନ୍ । ଭଏସ୍ ଅଫ୍ ଇଣ୍ଡିଆ । ବଲିଉଡରେ ସାତ ଦଶନ୍ଧିର ଦବଦବା ରଖିଛନ୍ତି କୋକିଳ କଣ୍ଠୀ, ସୁର ସାମ୍ରାଜ୍ଞୀ ।

କାହିଁକି ବିବାହ କରିନଥିଲେ ଲତା:-

ପିତାଙ୍କ ମୃତ୍ୟୁ ପରେ ଘରର ସମସ୍ତ ଦାୟିତ୍ୱ ଲତା ମଙ୍ଗେଶକରଙ୍କ ଉପରେ ରହିଥିଲା । ଏକ ସାକ୍ଷାତକାର ମାଧ୍ୟମରେ ଲତା କହିଥିଲେ, ‘ଘରର ସମସ୍ତ ସଦସ୍ୟଙ୍କ ଦାୟିତ୍ବ ମୋ ଉପରେ ଥିଲା । ଏପରି ପରିସ୍ଥିତିରେ ଯଦିଓ ବିବାହର ଧାରଣା ଆସିଥିଲା କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା ’। ଆହୁରି ଲତା ଏହା ମଧ୍ୟ କହିଥିଲେ ଯେ, ‘ମୁଁ ଅଳ୍ପ ବୟସରେ କାମ କରିବା ଆରମ୍ଭ କରିଥିଲି | ଭାବିଲି ମୁଁ ପ୍ରଥମେ ସମସ୍ତ ସାନ ଭାଇଭଉଣୀମାନଙ୍କୁ ସଂଗଠିତ କରିବି । ତା’ପରେ ଭଉଣୀଙ୍କ ବିବାହ ହୋଇଗଲା । ସନ୍ତାନ ମଧ୍ୟ ହୋଇଗଲା ଏହାପରେ ସେମାନଙ୍କୁ ସମ୍ଭାଳିବାର ଦାୟିତ୍ୱ ଆସିଗଲା । ଏପରି ଭାବେ ସମୟ ଚାଲିଗଲା । ’

ଆଶାଙ୍କ ସହ ବିବାଦ:-

ଲତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କର ନିଧନ ହୋଇଥିଲା । ବାପାଙ୍କ ଦେହାନ୍ତ ପରେ ଲତା ଓ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଥିଲା । ଲତା ଘରେ ବଡ ହୋଇଥିବାରୁ ପରିବାରର ଦାୟିତ୍ୱ ତାଙ୍କ ଉପରେ ପଡିଥିଲା । ପାଠପଢ଼ା ସହିତ ପରିବାର ବୋଝ ଦାୟିତ୍ବ ଲତାଙ୍କ କୁନି କାନ୍ଧରେ ପଡ଼ିଥିଲା । ସ୍କୁଲ ଗଲେ ସେ ସାନ ଭଉଣୀ ଆଶା ଭୋସଲେଙ୍କୁ ସାଙ୍ଗରେ ନେଇଯାଉଥିଲେ । ତେବେ ଦିନେ ସ୍କୁଲ କର୍ତ୍ତୃପକ୍ଷ ସାନ ଭଉଣୀଙ୍କୁ ସାଥୀରେ ଆଣିବାକୁ ବାରଣ କରିଥିଲେ, ଆଉ ତା’ପର ଠାରୁ ପାଠପଢ଼ା ଛାଡ଼ି ଦେଇଥିଲେ ଲତା ।

ଘରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଲତା ସ୍କୁଲ ଛାଡି କ୍ୟାରିୟର ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ । ୧୪ ବର୍ଷ ବୟସରେ ଲତା ବଡ ନାଟକ ଏବଂ କାର୍ଯ୍ୟକ୍ରମରେ କାମ କରିବା ଆରମ୍ଭ କରିଦେଲେ । ପିତାଙ୍କ ମୃତ୍ୟୁ ପରେ ମଙ୍ଗେଶକର ପରିବାରର ଘନିଷ୍ଠ ବନ୍ଧୁ ଥିବା ମାଷ୍ଟର ବିନାୟକ ଲତା ମଙ୍ଗେଶକରଙ୍କୁ ତାଙ୍କ କ୍ୟାରିୟରରେ ଆଗକୁ ବଢ଼ିବାକୁ ବହୁତ ସାହାଯ୍ୟ କରିଥିଲେ । ସେ ଲତାଙ୍କୁ ଜଣେ ଗାୟିକା ଅଭିନେତ୍ରୀ ଭାବରେ କ୍ୟାରିୟର ଆରମ୍ଭ କରିବାରେ ଅନେକ ସାହାଯ୍ୟ କରିଥିଲେ ।

ଗୋଟିଏ ପଟେ ଲତାଙ୍କ କ୍ୟାରିୟର ଶିଖର ଛୁଉଁଥିବା ବେଳେ ଅନ୍ୟପଟେ ଭଉଣୀ ଆଶା ଭୋସଲେଙ୍କ ସହ ମତ ପାର୍ଥକ୍ୟ ଆରମ୍ଭ ହୋଇଥିଲା । ପ୍ରେମ ବିବାହକୁ ନେଇ ଭଉଣୀ ଆଶା ଭୋସଲେ ଘରେ ବିଦ୍ରୋହ ଆରମ୍ଭ କରିଥିଲେ । ଲତା ତାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ,ହେଲେ ଆଶା କିଛି ଶୁଣିବାକୁ ନାରାଜ ଥିଲେ ବୋଲି କୁହାଯାଏ । ଆଶାଙ୍କ ବ୍ୟବହାରେ ବହୁତ ଦୁଃଖୀ ଥିଲେ ଲତା । ଏହା ଉପରେ ଦୁଇ ଭଉଣୀଙ୍କ ମଧ୍ୟରେ ଝଗଡ଼ା ବଢ଼ିଗଲା । ପରେ ଆଶା ଭୋସଲେ ଗଣପାତ୍ ରାଓ ଭୋସଲେଙ୍କୁ ବିବାହ କରିଥିଲେ । ୧୯୬୬ରେ ଗଣପାତ୍ ରାଓ ଭୋସଲେଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଆଶା ଭୋସଲେ ଆରଡି ବର୍ମନଙ୍କୁ ବିବାହ କରିଥିଲେ । କିନ୍ତୁ ୧୯୯୪ରେ ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ସେପଟେ ଲତା ମଙ୍ଗେଶକର ଆଜୀବନ ଅବିବାହିତ ରହିଲେ ।

ସମ୍ମାନ ସୁଅରେ ଲତା:-

ଭାରତ ରତ୍ନ ପୁରସ୍କାର ପାଇଥିବା ଲତା ମଙ୍ଗେଶକରଙ୍କୁ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ସମେତ ଅନେକ ବିଶ୍ୱବିଦ୍ୟାଳୟରେ ସମ୍ମାନର ମାନ୍ୟତା ଦିଆଯାଇଥିଲା । ଲତା ତାଙ୍କ ସିନେ କ୍ୟାରିୟରରେ ବହୁତ ସମ୍ମାନ ପାଇଥିଲେ । ସେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ମହିଳା ଯିଏକି ଭାରତ ରତ୍ନ ଏବଂ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିଲେ । ୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।

ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ ସଙ୍ଗୀତ ଭେଟି ଦେଇଥିଲେ ଲତା ମଙ୍ଗେଶକର । କେବଳ ହିନ୍ଦୀ ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧି ଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

୧୯୫୮ - ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ

୧୯୬୯ - ପଦ୍ମ ଭୂଷଣ

୧୯୬୯ - ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟିକା

୧୯୮୯ - ଦାଦା ସାହେବ୍ ଫାଲକେ ପୁରସ୍କାର

୧୯୯୩ - ଜୀବନ ବ୍ୟାପୀ ସାଧନା ପୁରସ୍କାର

୧୯୯୭ - ମହାରାଷ୍ଟ୍ର ଭୂଷଣ ପୁରସ୍କାର

୧୯୯୯ - ପଦ୍ମ ବିଭୂଷଣ

୨୦୦୧ - ଭାରତ ରତ୍ନ

୨୦୦୯ - ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ

୨୦୧୧ - ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡରେ ସ୍ଥାନିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2022, 5:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.