ମୁମ୍ବାଇ: ବି-ଟାଉନରେ ଲଭ ଏବଂ ବ୍ରେକଅପ ଏକ ସାଧାରଣ କଥା । ଏପରିକି ରିଲେସନଶିପରେ ଆସିବା ଏବଂ ହଠାତ୍ ବ୍ରେକଅପ ମଧ୍ୟ ବି-ଟାଉନର ନିତିଦିନିଆ କଥା ହୋଇଗଲାଣି । ଏହିପରି କିଛି ଦେଖିବାକୁ ମିଳୁଛି ଚର୍ଚ୍ଚିତ ଲଭ ବାର୍ଡ କିମ ଶର୍ମା ଓ ହର୍ଷବର୍ଦ୍ଧନ ରାଣେଙ୍କ ଲାଇଫରେ । ଗତ ବର୍ଷ ଦୁଇଜଣଙ୍କ ପ୍ରେମ କାହାଣୀ ବଲିଉଡ ଗ୍ୟାଲେରୀରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏହି କିଛି ଦିନ ମଧ୍ୟରେ ଦୁଇ ଜଣଙ୍କ ବ୍ରେକଅପ ଖବର ଜୋର ଧରିଛି। ଯାହାକୁ ନେଇ ନିରାଶ ହୋଇଛନ୍ତଚି ଦୁଇ ଷ୍ଟାରଙ୍କ ଫ୍ୟାନ୍ସ ।
ନିକଟରେ କିଛି ଏମିତି ହୋଇଥିଲା ଯାହାକୁ ନେଇ ତାଙ୍କ ବ୍ରେକ ଅପ କଥା ସାମ୍ନାକୁ ଆସିଥିଲା। କଥାଟି ହେଲା କି ପୂର୍ବରୁ ସୋସିଆଲ ମିଡିଆରେ ପରସ୍ପରକୁ ପ୍ରେମ ନିବେଦନ କରୁଥିବା ଦୁଇଜଣଙ୍କ ଅନେକ ଫଟୋ ଦେଖିବାକୁ ମିଳୁଥିଲା। କିନ୍ତୁ ଆଜି କିମ ଓ ହର୍ଷ ଦୁଇଜଣ ପରସ୍ପରକୁ ସୋସିଆଲ ମିଡିଆରେ ଫଲୋ ମଧ୍ୟ କରୁନାହାଁନ୍ତି ।
ଆଜ୍ଞା ହଁ, ସୋସିଆଲ ମିଡିଆରୁ ଦୁଇ ଜଣ ପରସ୍ପରକୁ ଅନଫଲୋ କରିଦେଇଛନ୍ତି । ଖାଲି ଏତିକି ନୁହେଁ କିମ ଏକ ପୋଷ୍ଟରେ ବନ୍ଧୁତାକୁ ରିଲେସନଶିପ ଠାରୁ ଭଲ ବୋଲି କହିଥିଲେ। କିମ ଏହି ପୋଷ୍ଟରୁ ସ୍ପଷ୍ଟ ରୂପେ ଜଣାପଡିଯାଉଛୁ ଯେ ସେ ଆଉ ହର୍ଷଙ୍କ ସହ ରିଲେସନଶିପରେ ନାହାଁନ୍ତି।