ହାଇଦ୍ରାବାଦ: କନ୍ନଡ ସୁପରଷ୍ଟାର କିଚା ସୁଦୀପ 'ଦବଙ୍ଗ-3' ପରେ ଏବେ ଅନ୍ୟ ଏକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ସୁଦୀପ ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି ।
- " class="align-text-top noRightClick twitterSection" data="
">
'ଆଦିପୁରୁଷ'ରେ ସୈଫ, କ୍ରିତି ସାନନ ଏବଂ ସନ୍ନି ସିଂଙ୍କ ପରି ବଲିଉଡ ତାରକାମାନେ ତେଲୁଗୁ ତାରକା ପ୍ରଭାସଙ୍କ ସହ ସ୍କ୍ରିନ ସ୍ପେସ୍ ସେୟାର କରୁଥିବାର ଦେଖିବାକୁ ମିଳିବ । ଏହି ଷ୍ଟାର କାଷ୍ଟରେ ଏବେ କନ୍ନଡ ସୁପରଷ୍ଟାର ମଧ୍ୟ ଯୋଗ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ଯଦି ଏହି ଖବରକୁ ବିଶ୍ବାସ କରାଯାଏ, ତେବେ ସୁଦୀପଙ୍କୁ 'ଆଦିପୁରୁଷ'ରେ ଲଙ୍କେଶର ସାନ ଭାଇ ତଥା ଜ୍ଞାନୀ ବିଭିଶଣଙ୍କ ଭୂମିକାରେ ଦେଖିବାକୁ ମିଳିପାରେ ।
- " class="align-text-top noRightClick twitterSection" data="
">
ପ୍ରଭାସ ଫିଲ୍ମ 'ଆଦିପୁରୁଷ'ରେ ରାମ ଭୂମିକାରେ ନଜର ଆସିବେ, ସନ୍ନି ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବେ। ଖବର ଅନୁଯାୟୀ ଏହି ଚଳଚ୍ଚିତ୍ରରେ କ୍ରିତି ସୀତା ଭୂମିକାରେ ଏବଂ ସୈଫ ରାବଣ ଭୂମିକାରେ ନଜର ଆସିବେ ।
ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରଟି ଓମ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ହେବ। ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିବ । ଯାହା 2022ରେ ରିଲିଜ୍ ହୋଇପାରେ ।