ETV Bharat / sitara

'କବୀର ସିଂ'କୁ ନେଇ ଭାବବିହ୍ବଳ କିୟାରା, ସେୟାର କଲେ ନୋଟ

'କବୀର ସିଂ' ରିଲିଜକୁ ପୁରିଲା ଏକ ମାସ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିବା କିୟାରା ସୋସିଆଲ ମିଡିଆରେ ଇମୋଶନାଲ ନୋଟ ସେୟାର କରି ନିର୍ଦ୍ଦେଶକଙ୍କୁ ଜଣାଇଲେ ଧନ୍ୟବାଦ ।

author img

By

Published : Jul 22, 2019, 10:17 AM IST

Updated : Jul 22, 2019, 1:39 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ମୁମ୍ବାଇ: ଜୁନ 21ରେ ରିଲିଜ ହୋଇଥିବା କ୍ୟୁଟ ଅଭିନେତା ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ରୋମାଣ୍ଟିକ ଫିଲ୍ମ 'କବୀର ସିଂ' ଏବର୍ଷର ବ୍ଲକବଷ୍ଟର ସାଜିଛି । ଯାହା ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବା ସହ ବିଶ୍ବସ୍ତରରେ 350 କୋଟି ଆୟ କରି ଏବର୍ଷ ସବୁଠାରୁ ଅଧିକା ଆୟ କରିଥିବା ଫିଲ୍ମରେ ସାମିଲ ହୋଇଛି । ରିଲିଜର ମାସ ପରେ ମଧ୍ୟ ଫିଲ୍ମଟି ଆୟ କରିବାରେ ଲାଗିଛି ।

ଏକ ମାସ ପୂରଣ ଅବସରରେ କିୟାରା ସୋସିଆଲ ମିଡିଆରେ ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗଙ୍କ ପାଇଁ ଇମୋଶନାଲ ଭରା ନୋଟ ସେୟାର କରିଛନ୍ତି । ଅନ୍ୟପଟେ ତାଙ୍କ କୋ-ଷ୍ଟାର ଶାହିଦ ମଧ୍ୟ ଏହି ନୋଟର ପ୍ରଶଂସା କରି କରି ଲେଖିଛନ୍ତି ଯେ କିୟାରାଙ୍କ ଭାଷଣ ମଧ୍ୟ ଏକ ପୁରସ୍କାର ପାଇବା ଯୋଗ୍ୟ ।

ଫିଲ୍ମରେ ସାଧାରଣ ଝିଅ ରୂପେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା କିୟାରା ନୋଟରେ ନିର୍ଦ୍ଦେଶକ ସନ୍ଦୀପଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, "ଯେବେ ମଧ୍ୟ ମୁଁ କବୀର ସିଂ ଉପରେ ନିଜ ଭାବନାକୁ ରଖିବାକୁ ଚେଷ୍ଟା କରୁଛି, ତେବେ ମୁଁ ଜାଣିପାରୁନାହିଁ କି କେଉଁଠାରୁ ଆରମ୍ଭ କରିବି । ଯେତେ ମଧ୍ୟ କହିଲେ ତାହା କମ ହେବ । ମୁଁ ବାସ୍ତବରେ ଫିଲ୍ମ ଟିମ ପାଇଁ ସର୍ବଦା ଋଣୀ ହୋଇରହିବି । ଆଉ ଆଜି ଆମ ଫିଲ୍ମକୁ ଏହି ସ୍ଥାନରେ ପହଞ୍ଚାଇବା ପାଇଁ ଦର୍ଶକଙ୍କୁ ଅନେକ ଅନେକ ଧନ୍ୟବାଦ ।"

ପ୍ରକାଶ ଥାଉକି ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'ଅର୍ଜୁନ ରେଡ୍ଡୀ'ର ହିନ୍ଦୀ ରିମେକ 'କବୀର ସିଂ' । ଯେପରି 'ଅର୍ଜୁନ ରେଡ୍ଡୀ' ଜରିଆରେ ବିଜୟ ଦେବରକୋଣ୍ଡା ଓ ସାଲିନୀ ପାଣ୍ଡେ ରାତାରାତି ସୁପରଷ୍ଟାର ସାଜିଥିଲେ, ସେହିପରି ଶାହିଦ ଓ କିୟାରା ମଧ୍ୟ ଏହି ଫିଲ୍ମ ପାଇଁ ଫେମସ ହୋଇପାରିଛନ୍ତି ।

Intro:Body:

BLANK

Conclusion:
Last Updated : Jul 22, 2019, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.