ETV Bharat / sitara

ଲିକ୍ ହେଲା ‘କେଜିଏଫ ଚାପ୍ଟର -2’ର ଟିଜର - କେଜିଏଫ-2 ଟିଜର

ଏବେ ବହୁପ୍ରତିକ୍ଷିତ ଫିଲ୍ମ ‘କେଜିଏଫ ଚାପ୍ଟର -2’ର ଟିଜରକୁ ଲିକ୍ କରିଛନ୍ତି ହ୍ୟାକର୍ସ । ଅଧିକ ପଢନ୍ତୁ...

KGF 2 Teaser Hackers leaked
ଲିକ୍ ହେଲା ‘କେଜିଏଫ ଚାପ୍ଟର -2’ର ଟିଜର
author img

By

Published : Jan 7, 2021, 10:37 PM IST

ମୁମ୍ବାଇ: ଏବେ ବହୁପ୍ରତିକ୍ଷିତ ଫିଲ୍ମ ‘କେଜିଏଫ ଚାପ୍ଟର -2’ର ଟିଜରକୁ ଲିକ୍ କରିଛନ୍ତି ହ୍ୟାକର୍ସ । ୟଶ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ 'କେଜିଏଫ ଚାପ୍ଟର-2' ର ଟିଜର ଆସନ୍ତାକାଲି ତଥା ଜାନୁଆରୀ 8, 2021ରେ ମୁକ୍ତିଲାଭ କରିବାର ଥିଲା। କିନ୍ତୁ ବର୍ତ୍ତମାନ ଖବର ଶୁଣିବାକୁ ମିଳିଛି ଯେ, ଫିଲ୍ମ ସେଟ୍ ରୁ କିଛି ସିନ୍ ଏବଂ ଭିଡିଓ ଲିକ୍ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ନିର୍ଦ୍ଦେଶକ ।

କିଛି ଦିନ ପୂର୍ବରୁ ନିର୍ଦ୍ଦେଶକ ‘କେଜିଏଫ ଚାପ୍ଟର -2’ର ଏକ ନୂତନ ପୋଷ୍ଟର ସେୟାର କରିଥିଲେ, ଯେଉଁଥିରେ ୟଶ ଏକ ଚିମିନି ସାମ୍ନାରେ ବସିଥିବାର ନଜର ଆସିଥିଲେ।

'କେଜିଏଫ ଚାପ୍ଟର 2'ରେ ସାଉଥର ସୁପରଷ୍ଟାର୍ ୟଶ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ରବୀନା ଟଣ୍ଡନ୍ ଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ଅଭିନେତା ସଞ୍ଜୟ ଦତ୍ତ ନଜର ଆସିବେ ।

ପ୍ରକାଶ ଥାଉ ଯେ, ବିଜୟ କିରାଗାଣ୍ଡୁରଙ୍କ ଦ୍ବାରା ନିର୍ମିତ ତଥା ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ 'କେଜିଏଫ ଚାପ୍ଟର 2' କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.