ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପପୁଲାରିଟି ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବଲିଉଡରେ ମୋଦିଙ୍କ ଫ୍ୟାନ୍ସ କିଛି କମ ନାହାଁନ୍ତି । ଏକ ସାକ୍ଷାତକାରରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଯେତେବେଳେ ପଚରାଯାଇଥିଲା ସେ କେଉଁ ତିନି ଜଣଙ୍କ ସହ ଡିନର କରିବାକୁ ଚାହାଁନ୍ତି ସେତେବେଳେ ସେ ଆମେରିକୀୟ ଅଭିନେତ୍ରୀ ମାରଲିନ ମୋନରେ ଓ ଆମେରିକାର ପ୍ରଥମ ଆଫ୍ରିକାନ ସଚିବ କଣ୍ଡୋଲିଜା ରାଇଜଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ କହିଥିଲେ ।
ସାକ୍ଷାତକାରରେ ସଲମାନ ଖାନ ମଧ୍ୟ ଭାଗ ନେଇଥିଲେ । ତେବେ ସଲମାନଙ୍କ ସହ କାହିଁକି ଯିବାକୁ ଚାହୁଁନାହାନ୍ତି ବୋଲି ପଚରାଯାଇଥିଲା ବେଳେ କ୍ୟାଟ୍ରିନା କହିଥିଲେ ସଲମାନଙ୍କୁ ଡିନରରେ ବାହାରକୁ ଯିବା ପସନ୍ଦ ନୁହେଁ ।
ସଲମାନଙ୍କୁ ନିଜ ପରିବାର ସହ ସମୟ ବିତାଇବାକୁ ଭଲ ଲାଗେ ତେଣୁ ସେ ଲଞ୍ଚ ହେଉ କିମ୍ବା ଡିନର ପରିବାର ସହ ହିଁ କରିଥାଆନ୍ତି । ତେବେ ସଲମାନ ଓ କ୍ୟାଟ୍ରିନା ଭାରତ ଫିଲ୍ମର ପ୍ରମୋଶନ ପାଇଁ ଭିନ୍ନ ଭିନ୍ନ ସାକ୍ଷାତକାରରେ ଯୋଗ ଦେଉଛନ୍ତି । ଫିଲ୍ମଟି ଜୁନ 5ରେ ପରଦାକୁ ଆସିବ ।