ମୁମ୍ବାଇ: ଲକଡାଉନ ପାଇଁ ସେଲିବ୍ରିଟି ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହୋଇଯାଇଛନ୍ତି । ସେ ନିଜ ଫ୍ୟାନ୍ସଙ୍କ ପାଇଁ ଫଟୋ, ଭିଡିଓ ଏବଂ ସଚେତନା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । ଏହି ସମୟରେ ବି-ଟାଉନର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଖୁବ୍ ଚର୍ଚ୍ଚାରେ। ସେ ପ୍ରାୟତଃ ମଜାଦାର ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରୁଛନ୍ତି । ଏଥର ସେ ଫେମସ ଫିଟନେସ ଓ ଲାଇଫଷ୍ଟାଇଲ କୋଚ ଲୁକ କାଉଟିନୋହଙ୍କ ସାକ୍ଷାତକାର ନେଇ ଚର୍ଚ୍ଚାରେ।
- " class="align-text-top noRightClick twitterSection" data="">
ସେ ନିଜ ଅନଲାଇନ ଶୋ ‘କୋକି ପୁଛେଗା’ରେ ଲୁକଙ୍କ ସହ ଭିଡିଓ କଲ ଜରିଆରେ କଥାବାର୍ତ୍ତା କରିଥିଲେ। ଏହାସହ ସେ ତାଙ୍କୁ ରୋଗ-ପ୍ରତିରୋଧକ କ୍ଷମତା ବଢାଇବାର ଘରୋଇ ଚିକିତ୍ସା ବିଷୟରେ ପଚାରିଥିଲେ।
ରବିବାର କାର୍ତ୍ତିନ ଇନଷ୍ଟାଗ୍ରାମରେ ଲୁକଙ୍କ ସହ କଥାବାର୍ତ୍ତାର ଏକ ଝଲକ ସେୟାର କରିଛନ୍ତି । ଭିଡିଓରେ ସେ ମଜାଦାର ଅନ୍ଦାଜରେ ପ୍ରଶ୍ନ ପଚାରୁଥିବାର ନଜର ଆସୁଛନ୍ତି। ସେ ପ୍ରଶ୍ନରେ ପଚାରିଛନ୍ତି ଭାରତୀୟ ରୋଷେଇ ଘରେ ରୋଗ-ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କଣ ଅଛି ? ଏହାର ଉତ୍ତରରେ ଲୁକ କହିଛନ୍ତି ‘ଗରମ ମସଲା’।
ଏହାପରେ କାର୍ତ୍ତିକ ହସି କହିଥିଲେ ତାଙ୍କ ପସନ୍ଦୀୟ ଫିଲ୍ମ ମଧ୍ୟ ‘ଗରମ ମସଲା’। ତାଙ୍କ ପାଟିରୁ ଏହା ଶୁଣି ଲୁକ କହୁଛନ୍ତି ଖାଇବାରେ ମଧ୍ୟ ଏହାର ବ୍ୟବହାର କରନ୍ତୁ ।