ETV Bharat / sitara

ମୋଦିଙ୍କ ସପୋର୍ଟରେ କାର୍ତ୍ତିକ, ନନଷ୍ଟପ କହି ଜିତିଲେ ସଭିଙ୍କ ମନ

author img

By

Published : Mar 20, 2020, 10:31 AM IST

ବର୍ତ୍ତମାନ ସେଲିବ୍ରିଟି ଜନସାଧାରଣଙ୍କୁ ସୁରକ୍ଷିତ ରହିବାର ଜ୍ଞାନ ବାଣ୍ଟିବାରେ ଲାଗିଛନ୍ତି । ଅନେକ ସେଲିବ୍ରିଟି ପରେ ଏବେ କାର୍ତ୍ତିକ ଆର୍ଯ୍ୟନ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।

kartik aaryan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ମୁମ୍ବାଇ: ପୁରା ବିଶ୍ବରେ କୋରୋନା ଭାଇରସ ଭୟ। କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋରୋନା ଭାଇରସ ପାଇଁ ଜନତା କର୍ଫ୍ୟୁ ପାଳନ କରିବାକୁ ଅପିଲ କରିଛନ୍ତି। ଯାହାର ଲାଗୁ ଆସନ୍ତା 22 ତାରିଖ ତଥା ରବିବାର ସକାଳ 7ରୁ ନେଇ ରାତି 9 ପର୍ଯ୍ୟନ୍ତ ହେବ।

ବଲିଉଡ ଷ୍ଟାର୍ସ ନିଜ ନିଜ ଫ୍ୟାନ୍ସଙ୍କୁ ସୁରକ୍ଷିତ ରଖିବାକୁ ଅନେକ ପ୍ରାୟସ ଚଳାଇଛନ୍ତି। ଏବେ କ୍ୟୁଟ କାର୍ତ୍ତିକ ଆର୍ୟନ ଭିଡିଓ ଜାରି କରି ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି। ଏହାସହ ସେ ଜନତାଙ୍କ ସେହି ଅଭ୍ୟାସର ଆଲୋଚନା କରିଛନ୍ତି, ଯାହାକୁ ବର୍ତ୍ତମାନ କେହି ପାଳନ କରୁନାହାଁନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଆମକୁ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ପଡିବ। ଯାହାଦ୍ବାରା ଏହି ଭାଇରସକୁ ଶେଷ କରାଯିବ।

ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରି କହିଛନ୍ତି, ‘ଇଟାଲୀ ଲୋକ ଭିଡିଓ ଜାରି କରି କହିଥିଲେ ସେ ଆରମ୍ଭରେ ବହୁତ ଭୁଲ କରିଥିଲେ। ଯାହାଦ୍ବାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଭାଇରସ ଉପରେ କଣ୍ଟ୍ରୋଲ କରିବା ଖୁବ୍ କଷ୍ଟଦାୟକ। ବର୍ତ୍ତମାନ ସାଙ୍ଗ, ସାଥୀ, ଗାର୍ଲଫ୍ରେଣ୍ଡ, ବୟଫ୍ରେଣ୍ଡ କାହାରିକୁ ଦେଖା କରନାହିଁ। ନିୟମ ପାଳନ କର। ଭାଇରସର ପ୍ରକୃତ ଚିନ୍ତା କଣ ଇଟାଲୀ ଓ ଚୀନବାସୀଙ୍କୁ ପଚାର।’

ପ୍ରକାଶ ଥାଉକି କାର୍ତ୍ତିକ ନିଜ ଫେମସ ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରେ ଯେପରି ନନ-ଷ୍ଟପ ଡାଇଲଗ କହି ସମସ୍ତଙ୍କ ମନ କିଣିଥିଲେ। ସେହିପରି ନିଜ ଭିଡିଓରେ କାର୍ତ୍ତିକ କହୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.