ETV Bharat / sitara

କୋରୋନା ପାଇଁ ରାପର ସାଜିଲେ କାର୍ତ୍ତିକ - କୋରୋନା ଭାଇରସ ସତର୍କତା

ପୁଣି ଜନସାଧାରଣଙ୍କୁ ସଚେତନ କରିବାକୁ ପାଇଁ ସୋସିଆଲ ମିଡିଆରେ ଭିଡିଓ ସେୟାର କରି କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ। ଭିନ୍ନ ଅନ୍ଦାଜରେ ଆସିଲେ ନଜର...

kartik aaryan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
author img

By

Published : Mar 26, 2020, 9:40 AM IST

ମୁମ୍ବାଇ: ବଲିଉଡ ସେଲିବ୍ରିଟି ଜନତାଙ୍କୁ କୋରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ଲଗାତାର ଅପିଲ କରିଚାଲିଛନ୍ତି । ପ୍ରାୟ ସବୁ କଳାକାର ନିଜ ନିଜ ଅନ୍ଦାଜରେ ଲୋକଙ୍କୁ ସଚେତନା ବାର୍ତ୍ତା ଦେଉଛନ୍ତି। ନିକଟରେ କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ନନ-ଷ୍ଟଫ ଡାଇଲଗ କହି ଜନତାଙ୍କୁ ସୁରକ୍ଷିତ ରହିବା ପାଇଁ କହିଥିଲେ । ଆଉ ଏବେ ସେ ରାପର ଅନ୍ଦାଜରେ ପୁଣିଥରେ ଲୋକଙ୍କୁ ଅପିଲ କରିଛନ୍ତି।

ରାପର ସାଜି ସେ କୋରୋନାରେ କଣ କରିବା ଦରକାର ତାହା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଭିଡିଓଟିକୁ ସେୟାର କରି ସେ ଲେଖିଛନ୍ତି, ‘ଯେ ପର୍ଯ୍ୟନ୍ତ ଘରେ ବସିବ ନାହିଁ, ମୁଁ ମନେ ପକାଉଥିବି ।’ ଭିଡିଓରେ ସେ ଘରେ ରହିବା, ବାହାରକୁ ନଯିବା, ହାତ ଧୋଇବା, ମୁହଁରେ ହାତ ନଲଗାଇବା ବିଷୟରେ ଆଲୋଚନା କରିଛନ୍ତି।

କାର୍ତ୍ତିକଙ୍କ ଏହି ଭିଡିଓଟି ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଏଯାବତ ଭିଡିଓଟିକୁ 10 ଲକ୍ଷରୁ ଅଧିକା ଭ୍ୟୁଜ ମିଳିସାରିଲାଣି । ପ୍ରକାଶ ଥାଉକି ନିକଟରେ କାର୍ତ୍ତିକଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବାସନ ସଫା କରୁଥିବାର ନଜର ଆସିଥିଲେ। ବର୍ତ୍ତମାନ ଅନେକ କଳାକାର ଘରେ ରହି ଘର କାମ କରୁଥିବାର ନଜର ଆସୁଛନ୍ତି । ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିସାରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.