ମୁମ୍ବାଇ: ବି-ଟାଉନର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ହାତରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ଅଛି । ସେ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ । ଏହି କ୍ରମରେ ସାମିଲ ଅଛି ତାଙ୍କ ଆଗାମୀ ଫିଲ୍ମ ‘ଧମାକା’ । ଯାହାର ସୁଟିଂ ମାତ୍ର 20 ଦିନରେ ଶେଷ କରିବେ କାର୍ତ୍ତିକ ବୋଲି ଚର୍ଚ୍ଚା । ଏପରି ଯୋଜନା କରିଛନ୍ତି ମେକର୍ସ ।
ନିର୍ଦ୍ଦେଶକ ରାମ ମାଧବାନିଙ୍କ ଏହି ଥ୍ରିଲର ଆକ୍ସନ ଫିଲ୍ମରେ କାର୍ତ୍ତିକ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ପ୍ରି-ପ୍ରଡକ୍ସନ କାମରେ ବ୍ୟସ୍ତ ଅଛନ୍ତି ମେକର୍ସ । ଆଉ ସବୁ ସେଟ ହୋଇସାରିବା ପରେ ମାତ୍ର 20 ଦିନରେ ଫିଲ୍ମ ସୁଟିଂ ଶେଷ କରିବାକୁ ସ୍ଥିର କରିଛନ୍ତି । ଯଦି ସବୁ କିଛି ଠିକ୍ ରୂପେ ହୋଇଗଲା ତେବେ ‘ଧମାକା’ର ମେକର୍ସ ଏକ ନୂଆ ରେକର୍ଡ ସୃଷ୍ଟି କରିବେ ।
- " class="align-text-top noRightClick twitterSection" data="
">
ଯାତାୟାତ ସମୟ ସଞ୍ଚୟ କରିବାକୁ ନିର୍ମାତାମାନେ 20 ଦିନ ପାଇଁ ମୁମ୍ବାଇର ଏକ ହୋଟେଲ ବୁକ୍ କରିଛନ୍ତି । ଯେଉଁଠାରେ ପୁରା ଟିମ ରହି ସୁଟିଂ କରିବେ । ଟିମକୁ କୋରୋନାରୁ ସୁରକ୍ଷିତ ରଖିବା ପାଇଁ ନିର୍ମାତା ଫିଲ୍ମର ଏକ ଅଂଶ ହେବା ପାଇଁ ହୋଟେଲ କ୍ରୁଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ଏବଂ ସମସ୍ତେ ଆଗାମୀ 20 ଦିନ ହୋଟେଲରେ ରହିବେ ।
- " class="align-text-top noRightClick twitterSection" data="
">
ଯଦି ଫିଲ୍ମର କାହାଣୀ ବିଷୟରେ କଥା ହେବା ତାହାଲେ ମୁମ୍ବାଇରେ ହୋଇଥିବା ସବୁଠୁ ବଡ ଆତଙ୍କବାଦୀ ଆକ୍ରମଣର ଲୋମହର୍ଷଣକାରୀ କାହାଣୀକୁ ନେଇ ପର୍ଯ୍ୟବେଶିତ ହେବ । ଯାହାର ପ୍ରଯୋଜନା ଦାୟିତ୍ବ ତୁଲାଇବେ ନିର୍ମାତା ରୋନି ସ୍କ୍ରୁୱାଲା । ସେପଟେ କାର୍ତ୍ତିକ ମଧ୍ୟ ପ୍ରଥମଥର ନିଜ କ୍ୟାରିୟରରେ ଥ୍ରିଲରର ଫିଲ୍ମରେ ଅଭିନୟ କରିବାକୁ ନେଇ ଉତ୍ସାହିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ