ETV Bharat / sitara

ପୁଣି ସାରାଙ୍କ ସହ ରୋମାଣ୍ଟିକ କାର୍ତ୍ତିକ, ଫଟୋ ଭାଇରାଲ

author img

By

Published : Feb 11, 2020, 7:31 PM IST

ଅନେକ ଥର କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନଙ୍କ ମସ୍ତିଭରା ଅନ୍ଦାଜ ଦେଖିସାରିଲେଣି ଫ୍ୟାନ୍ସ । ଆଉ ଏବେ କାର୍ତ୍ତିକଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ପାଇଛନ୍ତି। ସାରାଙ୍କୁ ହାତରେ ଖୁଆଇଲେ କାର୍ତ୍ତିକ। ଦେଖନ୍ତୁ ଫଟୋ...

kartik aaryan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ମୁମ୍ବାଇ: ଅନସ୍କ୍ରିନ ଲଭ କପଲ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ ବେଷ୍ଟ କପଲ ଗୋଲ୍ସ ସେଟ କରୁଥିବାର ସବୁବେଳେ ନଜର ଆସନ୍ତି । ଦୁଇଜଣଙ୍କ ଆଗାମୀ ଫିଲ୍ମ ‘ଲଭ ଆଜକଲ’କୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ । କାରଣ ପ୍ରଥମ ଥର ଦୁଇଜଣଙ୍କ ଜବରଦସ୍ତ ରୋମାନ୍ସ ପରଦାରେ ଦେଖିବାକୁ ପାଇବେ ଫ୍ୟାନ୍ସ ।

ବର୍ତ୍ତମାନ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଏହି ଯୋଡି । ଲାଇଭ ଇଭେଣ୍ଟ ସହ ସୋସିଆଲ ମିଡିଆରେ ଫିଲ୍ମର ପ୍ରମୋଶନ କରୁଛନ୍ତି ସାରା ଓ ଅଲ୍ଲୀ । ହେଲେ ଇତିମଧ୍ୟରେ କ୍ୟୁଟ କାର୍ତ୍ତିକ ସାରାଙ୍କ ସହ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ଦେଖି ଖୁସି ହୋଇଛନ୍ତି ଫ୍ୟାନ୍ସ ।

କାରଣ କାର୍ତ୍ତିକଙ୍କ ରୋମାଣ୍ଟିକ ଅନ୍ଦାଜ ପୁଣି ଫଟୋରେ ଦେଖିବାକୁ ମିଳିଛି । ସେ କଥିତ ଲେଡି ଲଭ ସାରାଙ୍କୁ ନିଜ ହାତରେ ଖୁଆଉଥିବାର ନଜର ଆସୁଛନ୍ତି । ଏବେ ଭାଇରାଲ ହେଉଥିବା ଏହି ଫଟୋରେ ଦୁଇଜଣ କାଜୁଆଲ ଆଉଟଫିଟରେ ନଜର ଆସୁଛନ୍ତି । ରୋମାଣ୍ଟିକ ଫଟୋ ସହ କାର୍ତ୍ତିକ କ୍ୟାପସନରେ ଲେଖିଛନ୍ତି, ‘ଖୁବ୍ ପତଳା ହୋଇଗଲେଣି । ଆସନ୍ତୁ ପୂର୍ବ ଭଳି ସୁସ୍ଥ କରିଦେବି।’

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.