ETV Bharat / sitara

କାରଗିଲ ହିରୋ ବିକ୍ରମ ବାର୍ତ୍ତାଙ୍କୁ ନେଇ ଆସୁଛି ‘ଶେରଶାହା’

author img

By

Published : May 2, 2019, 10:14 PM IST

କାରଗିଲ ହିରୋ କ୍ୟାପଟେନ ବିକ୍ରମ ବାତ୍ତ୍ରାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା ଓ କାୟାରା ଆଡୱାନି । ମାତ୍ର 24 ବର୍ଷ ବୟସରେ କାରଗୀଲ ଯୁଦ୍ଧରେ ସହିଦ ହୋଇଥିଲେ କ୍ୟାପଟେନ ବିକ୍ରମ ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ

ହାଇଦ୍ରାବାଦ: କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନ ମାନଙ୍କ ମଧ୍ୟରୁ ଜଣେ ଥିଲେ 24 ବର୍ଷୀୟ କ୍ୟାପଟେନ ବିକ୍ରମ ବତ୍ତ୍ରା । ତାଙ୍କ ଜୀବନିକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ 'ଶେରଶାହା' । ଏହାକୁ ଅଫିସିଆଲି ଘୋଷଣା କରିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ । ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡୱାନି ।

sidharth malhotra
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
taran adarsh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ କ୍ୟାପଟେନ ବିକ୍ରମ ବତ୍ତ୍ରା 24 ବର୍ଷ ବୟସରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ । ପାକିସ୍ତାନୀ ସେନା ବିକ୍ରମଙ୍କ ନାଁ ଶୁଣିଲେ ଡରୁଥିଲେ । ଏଥିରେ ସିଦ୍ଧାର୍ଥ କ୍ୟାପଟେନ ବିକ୍ରମଙ୍କ ଭୂମିକାରେ ନଜର ଆସିବେ । ଏଥିରେ ତାଙ୍କର ଡବଲ ରୋଲ ରହିବ । ତେବେ ଏଥିପାଇଁ ସିଦ୍ଧାର୍ଥ ଟ୍ରେନିଙ୍ଗ ନେଉଛନ୍ତି ।

ଫିଲ୍ମ ସହ ନିଜକୁ ଯୋଡିବା ପାଇଁ ସିଦ୍ଧାର୍ଥ କ୍ୟାପଟେନଙ୍କ ପରିବାର ସହ କିଛି ସମୟ ଅତିବାହିତ ମଧ୍ୟ କରିଛନ୍ତି । ଫିଲ୍ମ ଅୟାରି ପରେ ପୁଣି ଥରେ ସିଦ୍ଧାର୍ଥ ସେନା ପୋଷାକ ପିନ୍ଧିବେ ।

ତେବେ ଫିଲ୍ମଟି ଧର୍ମା ପ୍ରଡକ୍ସନରେ ତିଆରି ହେବ ଓ ଏହାକୁ ନିର୍ଦ୍ଦେଶନା ଦେବେ ବିଷ୍ଣୁ ବର୍ଦ୍ଧନ । କିଛି ଦିନ ମଧ୍ୟରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.