ETV Bharat / sitara

Jeh's First Birthday: ପୁଅ ଜନ୍ମଦିନରେ ମାଆ କରୀନାଙ୍କ ପ୍ରେମଭରା ପୋଷ୍ଟ

ବଲିଉଡ ଷ୍ଟାର କପଲ କରୀନା କପୁର ଏବଂ ସୈଫ ଅଲି ଖାନଙ୍କ ସାନପୁଅ ଜେହ ଅଲି ଖାନଙ୍କୁ ପୂରିଲା ବର୍ଷେ। ଆଜି ଜେହ ଅଲି ଖାନଙ୍କ ଜନ୍ମଦିନ (Jeh Ali Khan First Birthday)। ଅଧିକ ପଢନ୍ତୁ

author img

By

Published : Feb 21, 2022, 7:59 PM IST

ପୁଅ ଜନ୍ମଦିନରେ ମାଆ କରୀନାଙ୍କ ପ୍ରେମଭରା ପୋଷ୍ଟ

ହାଇଦ୍ରାବାଦ: ବଲିଉଡ ଷ୍ଟାର କପଲ କରୀନା କପୁର ଏବଂ ସୈଫ ଅଲି ଖାନଙ୍କ ସାନପୁଅ ଜେହ ଅଲି ଖାନଙ୍କୁ ପୂରିଲା ବର୍ଷେ। ଆଜି ଜେହ ଅଲି ଖାନଙ୍କ ଜନ୍ମଦିନ (Jeh Ali Khan First Birthday) । ଏହି ବିଶେଷ ଉତ୍ସବରେ ମାଆ କରୀନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ପ୍ରିୟ ଜେ (ଜେ ଅଲି ଖାନ ପ୍ରଥମ ଜନ୍ମଦିନ) ପାଇଁ ଏକ ସୁନ୍ଦର ଶୁଭେଚ୍ଛା ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ତାଙ୍କର ଦୁଇ ପୁଅ ଉଭୟ ଜେ ଏବଂ ତୈମୁର ଅଛନ୍ତି । ଏହି ପୋଷ୍ଟରରେ କରୀନା କ୍ୟାପସନରେ ଲେଖିଛନ୍ତି, "ଭାଇ, ମୋ ପାଇଁ ଅପେକ୍ଷା କର ମୁଁ ଆଜି ଏକ ବର୍ଷର ହୋଇଗଲି। ଚାଲ ଏକାଠି ଦୁନିଆକୁ ଏକ୍ସପ୍ଲୋର କରିବା ... ଅବଶ୍ୟ ଆମ୍ମା ଆମକୁ ସବୁଜାଗାରେ ପିଛା କରୁଛନ୍ତି ... ଜନ୍ମଦିନର ଶୁଭେଚ୍ଛା ମୋର ଜେହ ବାବା ... ମୋ ଜୀବନ।" କରୀନା ଏହା ସହିତ #Mera Beta ଏବଂ # My Tiger # To Eternity and beyond ଲେଖିଛନ୍ତି।

ପୋଷ୍ଟରର କମେଣ୍ଟ ବିଭାଗରେ କରୀନା କପୁଙ୍କ ନଣନ୍ଦ ଅର୍ଥାତ ଜେହଙ୍କ ପିଉସୀ ସବା ଅଲି ଖାନ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ଜେହ ଜାନ! ଲଭ ୟୁ। ଅଲଓ୍ବେଜ।" ଦିଆ ମିର୍ଜା ମଧ୍ୟ "ଜନ୍ମଦିନର ଶୁଭେଚ୍ଛା ଜେହ।" କରୀନା କପୁରଙ୍କ ବନ୍ଧୁ ଅମୃତା ଆରୋରା "ଜେହ ବାବା" ଲେଖିଛନ୍ତି ଏବଂ ଏହା ସହିତ ହୃଦୟ ଇମୋଜି ମଧ୍ୟ ସେୟାର କରିଛନ୍ତି । କରୀନାଙ୍କ ବ୍ୟତୀତ ମାଉସୀ ତଥା ଅଭିନେତ୍ରୀ କରିସ୍ମା କପୁର ମଧ୍ୟ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.