ହାଇଦ୍ରାବାଦ: ମାଳଦ୍ବୀପରେ ପରିବାର ସହ ଛୁଟି କାଟୁଛନ୍ତି ବଲିଉଡ଼ ଡିଭା କରୀନା କପୁର ଖାନ । ଏହି ଛୁଟିରେ ସେ ଦ୍ବିତୀୟ ସନ୍ତାନ ଜେହା ଅଲ୍ଲୀ ଖାନଙ୍କ ସହିତ ସ୍ନେହଭରା ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ୬ ମାସର ହୋଇଯାଇଥିବା ଜେହାଙ୍କ ସହିତ ନିଜ ଜୀବନର ଖୁସିକୁ ବ୍ୟକ୍ତ କରିଛନ୍ତି ।
- " class="align-text-top noRightClick twitterSection" data="
">
ସ୍ବାମୀ ସୈଫଙ୍କ ୫୧ତମ ଜନ୍ମଦିବସ ଅବସରରେ ସେ ବଡ଼ ପୁଅ ତୈମୁର ଅଲ୍ଲୀ ଖାନ, ସାନ ପୁଅ ଜେହାଙ୍କ ସହିତ ମାଳଦ୍ବୀପରେ ଛୁଟି କାଟୁଛନ୍ତି । ଏହି ଫ୍ୟାମିଲି ଟାଇମରେ ସେ ଶନିବାର ସାନ ପୁଅ ଜେହାଙ୍କ ସହିତ ଫଟୋ ସେୟାର କରିଛନ୍ତି । ଏହି ଫଟୋ କ୍ୟାପସନରେ ସେ ଲେଖିଛନ୍ତି ଯେ ଜେହାଙ୍କୁ ଦୁନିଆର ସବୁ ଖୁସି, ଭଲ ପାଇବା ତାଙ୍କୁ ମିଳୁ ବୋଲି ସେ କାମନା କରିଛନ୍ତି । ତେବେ ସୈଫିନା ଅଧିକାଂଶ ଛୁଟି କାଟିବାକୁ ମାଳଦ୍ବୀପ ଯାଇଥିବାର ଦେଖିବାକୁ ମିଳେ । ପୂର୍ବରୁ ସାନ ପୁଅ ଜେହାର ଫଟୋ ସେୟାର କରୁନଥିଲେ କରୀନା । ମାତ୍ର କିଛି ଦିନ ପୂର୍ବରୁ ପାପାରାଜିଙ୍କ କ୍ୟାମେରାରେ ଜେହା କଏଦ ହେବା ପରେ ସେ ସାନ ପୁଅର ଫଟୋକୁ ଏବେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
ସୈଫିନା ଗତ ୨୦୧୨ ମସିହାରେ ପ୍ରେମ ବିବାହ କରିଥିଲେ । ଚଳିତ ବର୍ଷ ସେ ଫେବୃଆରୀ ୨୧ ତାରିଖରେ ସାନ ପୁଅ ଜେହାଙ୍କୁ ଜନ୍ମ ଦେଇଥିଲେ । ତେବେ ସାନ ପୁଅର ଜେହାର ନାମକରଣକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା । ତେବେ କରୀନା ଆଗକୁ ପ୍ରଯୋଜିକା ଭାବେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଏକତା କପୁରଙ୍କ ବାଲାଜୀ ଟେଲି ଫିଲ୍ମ୍ସରେ ତାଙ୍କ ସହକାରୀ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ