ମୁମ୍ବାଇ: ବି-ଟାଉନର ବେବୋ କରୀନା କପୁର ଖାନ ଖୁବଶୀଘ୍ର ବଲିଉଡରେ 20 ବର୍ଷ ପୂରଣ କରିବାକୁ ଯାଉଛନ୍ତି । ନିଜ ଅଭିନୟ ଜରିଆରେ ସେ ଦର୍ଶକଙ୍କ ମନ କିଣିବାରେ ସବୁବେଳେ ସଫଳ ହୁଅନ୍ତି । ଖୁବଶୀଘ୍ର ସେ ଅକ୍ଷୟ କୁମାରଙ୍କ ସହ କମବ୍ୟାକ କରିବେ । ସେ କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଗୁଡନ୍ୟୁଜ’ ଜରିଆରେ ଦର୍ଶକଙ୍କୁ ମଧ୍ୟ ଗୁଡନ୍ୟୁଜ ଦେବାକୁ ଯାଉଛନ୍ତି ।
ଇତିମଧ୍ୟରେ ତାଙ୍କୁ ଲାଗୁଛି ଯେ ଏବେ ସେ ଫିଲ୍ମରେ ନେଗେଟିଭ ଭୂମିକାରେ ଅଭିନୟ କରିପାରିବେ । ଏକ ସାକ୍ଷାତକାରରେ ଯୋଗ ଦେଇ କରୀନା କହିଥିଲେ କି ସେ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଲେଣି ଫିଲ୍ମରେ ନେଗେଟିଭ ରୋଲ କରିବା ପାଇଁ । ଆଉ ନେଗେଟିଭି ରୋଲ କରିବାକୁ ମଧ୍ୟ ଉତ୍ସାହିତ ଅଛନ୍ତି । ତାଙ୍କର ଏହି କଥା ଶୁଣି ଫ୍ୟାନ୍ସ ଏକ୍ସାଇଟେଡ ହୋଇଯାଇଛନ୍ତି । କାରଣ ସେ ବେବୋଙ୍କୁ ସବୁ ଅବତାରରେ ଦେଖିବାକୁ ପସନ୍ଦ କରନ୍ତି ।
ପ୍ରଥମଥର ନିଜ ଫିଲ୍ମ କ୍ୟାରିୟରରେ 2004ରେ ଆସିଥିବା ଫିଲ୍ମ ‘ଫିଦା’ରେ ସେ ନେଗେଟିଭ ଭୂମିକାରେ ଦେଖାଯାଇଥିଲେ ।
ସେ ଏହି ଫିଲ୍ମରେ ଏମିତି ମହିଳା ଭୂମିକାରେ ଅଭିନୟ କରିଥିଲେ । ଯିଏ ଜଣେ ବ୍ୟକ୍ତିଙ୍କୁ ନିଜ ପ୍ରେମିକା ପାଇଁ ଧୋକା ଦେଇଥିଲେ । ‘ଫିଦା’ରେ ତାଙ୍କ ସହ କ୍ୟୁଟ ଅଭିନେତା ଶାହିଦ କପୁର ଓ ଫରଦିନ ଖାନ ଅଭିନୟ କରିଥିଲେ ।