ETV Bharat / sitara

18 ବର୍ଷ ପୁରୁଣା ଫିଲ୍ମ ଉପରେ କରୀନାଙ୍କ ବଡ ଖୁଲାସା

ଆସନ୍ତା 20 ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ ଚର୍ଚ୍ଚିତ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ’। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ କରୀନା କପୁର ଖାନ, ଇରଫାନ ଖାନ ଓ ରାଧିକା ମଦାନ । ଆଉ ଏବେ 18 ବର୍ଷ ପୁରୁଣା ଫିଲ୍ମ ‘କଭି ଖୁସି କଭି ଗମ’କୁ ନେଇ ଅନେକ କଥା କହିଲେ କରୀନା।

kareena kapoor khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ
author img

By

Published : Mar 8, 2020, 3:55 AM IST

ମୁମ୍ବାଇ: ବଲିଉଡ ବେବୋ କରୀନା କପୁର ଖାନ ନିକଟରେ ଇନଷ୍ଟାଗ୍ରାମ ଦୁନିଆରେ ପଦାର୍ପଣ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାରେ । ଗୁରୁବାର ଇନଷ୍ଟାଗ୍ରାମରେ ଡେବ୍ୟୁ କରିଥିବା କରୀନାଙ୍କ ଫ୍ୟାନ ଫଲୋଇଂ ସଂଖ୍ୟା ଧିରେ ଧିରେ ବଢିଚାଲିଛି। ଏବେ ସେ ନିଜ ଆଗାମୀ ଫିଲ୍ମ ‘ଇଂରେଜି ମିଡିୟମ’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ ନଜର ଆସୁଛନ୍ତି। ଇତିମଧ୍ୟରେ ସେ ନିଜର 18 ବର୍ଷ ପୁରୁଣା ଫିଲ୍ମ ‘କଭି ଖୁସି କଭି ଗମ’କୁ ନେଇ ବଡ ଖୁଲାସା କରିଛନ୍ତି । ଯାହା ଶୁଣି ଆଶ୍ଚର୍ଯ୍ୟ ସମସ୍ତେ।

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ ସେ । ଆଉ ନିଜ 20 ବର୍ଷ ଫିଲ୍ମ କ୍ୟାରିୟର ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସେ 2001 ଡିସେମ୍ବର 14ରେ ରିଲିଜ ହୋଇଥିବା ମଲ୍ଟି ଷ୍ଟାରର ଫିଲ୍ମ ‘କଭି ଖୁସି କଭି ଗମ’କୁ ନେଇ ଅନେକ କଥା କହିଥିଲେ । ଫିଲ୍ମରେ କରୀନା ପୁ(ପୂଜା) ଭୂମିକାରେ ଅଭିନୟ କରିଥିଲେ ।

‘ପୁ’ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ସହଜ ନଥିଲା । କାନ୍ଦିବା ଏବଂ ଭାବୁକ ହେବା କାହାକୁ ହସାଇବା ଠାରୁ ସହଜ ହୋଇଥାଏ। ଏପରି ଭୂମିକାରେ ଓଭର ଦ ଟପ ଆକ୍ଟିଂ କରିବା ପ୍ରେମଭରା ହେବା ସହ ଜଟିଳ ମଧ୍ୟ ବୋଲି କହିଥିଲେ କରୀନା ।

ଖାଲି ଏତିକି ନୁହେଁ ସେ ହଲିଉଡ ଫିଲ୍ମରେ ଅଭିନୟ କରିବା ପ୍ରଶ୍ନ ଉପରେ ମଧ୍ୟ ଶାଦନାର ଜବାବ ଦେଇଥିଲେ । ସେ କହିଥିଲେ ହଲିଉଡ ଫିଲ୍ମରେ ଅଭିନୟ କରିବା ପାଇଁ ଧୌର୍ଯ୍ୟ ଓ ସାହସର ଆବଶ୍ୟକ ଅଛି । ହେଲେ ସେ ଏଯାବତ ସେହି ଷ୍ଟେଜ ପର୍ଯ୍ୟନ୍ତ ପହଞ୍ଚିନାହାଁନ୍ତି। ଯେବେ ସେ ଅନୁଭବ କରିପାରିବେ ଯେ ତାଙ୍କୁ ହଲିଉଡ ଫିଲ୍ମରେ ବର୍ତ୍ତମାନ ଅଭିନୟ କରିବାର ଅଛି।

ପ୍ରକାଶ ଥାଉକି ‘କଭି ଖୁସି କଭି ଗମ’ରେ କରୀନାଙ୍କ ସହ ଅମିତାଭ ବଚ୍ଚନ, ହ୍ରିତିକ ରୋଶନ, ଶାହରୁଖ ଖାନ, ଜୟ ବଚ୍ଚନ ଓ କାଜୋଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.