ETV Bharat / sitara

'ଇଂରାଜୀ ମିଡିୟମ'ର ସୁଟିଂରୁ ଓହରିଲେ ବେବୋ

author img

By

Published : Apr 27, 2019, 11:34 PM IST

ଇରଫାନ ଖାନ ଆଗାମୀ ଫିଲ୍ମ 'ଇଂରାଜୀ ମିଡିୟମ'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଫିଲ୍ମର ସୁଟିଂ ରାଜସ୍ଥାନରେ ଚାଲିଛି । ଫିଲ୍ମର ଦ୍ବିତୀୟ ସିଡ୍ୟୁଲ ସୁଟିଂ ପାଇଁ ଆଉ କିଛି ବିଳମ୍ବ ହୋଇପାରେ । କାରଣ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ସୁଟିଂ ପାଇଁ ଏବେ ମନା କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ନୂଆଦିଲ୍ଲୀ: ଦୀର୍ଘ ସମୟରୁ ନିଜ ଚିକିତ୍ସା କରାଇ ନିକଟରେ କାମକୁ ଫେରିଛନ୍ତି ବିଶିଷ୍ଟ ଅଭିନେତା ଇରଫାନ ଖାନ । ବର୍ତ୍ତମାନ ସେ ନିଜର ଆଗାମୀ ଫିଲ୍ମ 'ଇଂରାଜୀ ମିଡିୟମ'ର ସୁଟିଂରେ ଲାଗିପଡିଛନ୍ତି । ତାଙ୍କ ଫ୍ୟାନ୍ସ ମଧ୍ୟ ଖୁବ୍ ଶୀଘ୍ର ଫିଲ୍ମଟିକୁ ପରଦାରେ ଦେଖିବାକୁ ବ୍ୟାକୁଳ ଅଛନ୍ତି । କିନ୍ତୁ ଏବେ ପରିସ୍ଥିତି ଦେଖି ଲାଗୁଛି କି ଫ୍ୟାନ୍ସଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । କାରଣ ସାମ୍ନାକୁ ଆସିଥିବା ଏକ ଖବରରୁ ଜଣାପଡିଛି ଯେ କରୀନା କପୁର ଫିଲ୍ମର ସୁଟିଂ ଏବେ କରିବେ ନାହିଁ । ତାଙ୍କର କିଛି ସମସ୍ୟା ପାଇଁ ସେ ବିଳମ୍ବରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣାଇଛନ୍ତି ।

ଯେଉଁଠାରେ ଇରଫାନ ଉଦୟପୁରରେ ଫିଲ୍ମ ସୁଟିଂ କିରବାରେ ବ୍ୟସ୍ତ ଅଛନ୍ତି । ସେହିଠାରେ କରୀନା ଲଣ୍ଡନ ସିଡ୍ୟୁଲକୁ ଏବେ ସୁଟି କରିବେ ନାହିଁ । ଯାହା ପାଇଁ ତାରିଖ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି ମେକର୍ସ ।

କିଛି ଦିନ ପୂର୍ବରୁ ମେକର୍ସ ଘୋଷଣା କରିଥିଲେ କି ଫିଲ୍ମରେ କରୀନା ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ ଏବଂ ଫିଲ୍ମର ଲଣ୍ଡନ ସୁଟିଂ କରୀନାଙ୍କ ସହ ଆରମ୍ଭ କରାଯିବ ।

ପ୍ରକାଶ ଥାଉକି କରୀନା ନିଜର ଆଗାମୀ ଫିଲ୍ମ 'ଗୁଡନ୍ୟୁଜ' ଏବଂ ଏକ ମାଗାଜିନ କଭର ପେଜ ପାଇଁ ଫଟୋସୁଟରେ ଖୁବ୍ ବ୍ୟସ୍ତ ଥିବାରୁ ସେ ନିଜ ଲାଡଲା ତୈମୁରଙ୍କୁ ସମୟ ଦେଇ ପାରୁନାହାଁନ୍ତି । ତେଣୁ ସେ କିଛି ଦିନ ପୁଅ ସମୟ ବିତାଇବା ପରେ ହିଁ 'ଇଂରାଜୀ ମିଡିୟର' ସୁଟିଂ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.