ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ବୁମେରାଙ୍ଗ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କରିସ୍ମା କପୁର ମଧ୍ୟ ନଜର ଆସିଛନ୍ତି ।
ଭିଡିଓରେ, ଗର୍ଭବତୀ କରୀନା ଏକ ଚେୟାରରେ ବସିଛନ୍ତି । ଏଥିସହିତ ତାଙ୍କ ସହ କରିସ୍ମା ମଧ୍ୟ ନଜର ଆସିଛନ୍ତି । ଉଭୟ ଭଉଣୀ ଧଳା ଟି-ସାର୍ଟ ପିନ୍ଧିଛନ୍ତି । ଉଭୟ ଭଉଣୀ ଏକ ଆଗାମୀ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଛନ୍ତି ।
କରିସ୍ମା ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହି ବୁମେରାଙ୍ଗ ଭିଡିଓ ସେୟାର କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, 'ଭଉଣୀ ସହିତ କାମ କରିବା ସର୍ବଦା ଭଲ ଲାଗିଥାଏ' ।
- " class="align-text-top noRightClick twitterSection" data="
">
କରୀନା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ନିକଟରେ କରୀନା ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି କହିଥିଲେ ଯେ, ଗର୍ଭଧାରଣର 5 ମାସ ଶେଷ ହୋଇଛି ।
ଆଗାମୀ ସମୟରେ, କରୀନା ଫିଲ୍ମ 'ଲାଲ ସିଂ ଚଡ୍ଡା' ଏବଂ କରଣ ଜୋହରଙ୍କ ଫିଲ୍ମ 'ତଖ୍ତ' ରେ ନଜର ଆସିବେ ।