ନୂଆଦିଲ୍ଲୀ: କୋରୋନା ଯୋଗୁଁ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି । ଏହି ସମୟରେ ସମସ୍ତ ବଲିଉଡ ସେଲିବ୍ରିଟି ଘରେ ରହି କିଛି ନା କିଛି ଫଟୋ ଏବଂ ଭିଡିଓ ସେୟାର କରି ଲୋକମାନଙ୍କ ମନୋରଞ୍ଜନ କରୁଛନ୍ତି ।
ଚଳଚ୍ଚିତ୍ର ନିର୍ମାତା କରନ ଜୋହର ତାଙ୍କ ଇନଷ୍ଟାଗ୍ରାମରେ #ଲକଡାଉନ ୱିଥ ଜୋହର୍ସର ଆଉ ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ, କରଣ ତାଙ୍କ ଝିଅ ରୂହିଙ୍କୁ ପଚାରୁଛନ୍ତି, ରୂହି ତୁମେ କାହିଁକି ମୋ ସହିତ କଥାବାର୍ତ୍ତା କରୁନାହଁ ? ଯାହାକୁ ଶୁଣି ରୂହି କହିଲେ, ‘ବିକଜ ଆଇ ଆମ ଟାୟାଡ୍’ । ଏହା ଶୁଣିବା ପରେ କରନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ମଜାଳିଆ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ କରନ ଏକ ମଲ୍ଟି ଷ୍ଟାରର ପିରିୟଡ ଡ୍ରାମା 'ତଖ୍ତ' ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏହି ଚଳଚ୍ଚିତ୍ରରେ ରଣଭୀର ସିଂ, କରୀନା କପୁର ଖାନ, ବିକି, ଆଲିଆ ଭଟ୍ଟ, ଜାନଭୀ କପୁର, ଭୂମି ପେଡନେକର ଏବଂ ଅନିଲ କପୁର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ