ମୁମ୍ବାଇ: କରଣ ଜୋହର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ କିମ୍ବା ପ୍ରଯୋଜକ ହୋଇପାରନ୍ତି । ହେଲେ ସେ ଜଣେ ଭଲ ସିଙ୍ଗର ନୁହନ୍ତି । ତେବେ ଏକଥା ଆମେ କହୁନୁ ଖୋଦ କରଣଙ୍କ ପିଲାମାନେ କହୁଛନ୍ତି ।
ନିକଟରେ କରଣ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପୁଅ ୟଶ ଓ ଝିଅ ରୁହି ଏକ ମ୍ୟୁଜିକ ଜୁକୋବକ୍ସ ସହ ଖେଳିବାର ଦେଖାଯାଉଛି । ଏଥିରେ ଉଭୟ ବିଭିନ୍ନ ହିନ୍ଦୀ ଗୀତ ବଜାଇ ଶୁଣିବା ସହ ଏହାର ମଜା ଉଠାଉଛନ୍ତି । ହେଲେ ସେହି ସମୟରେ କରଣ ଏଣ୍ଟ୍ରି ମାରୁଛନ୍ତି ଏବଂ ବକ୍ସ ସହ ନଖେଳିବାକୁ ଉଭୟଙ୍କୁ କହୁଛନ୍ତି । ଏହାସହ ସେ ନିଜ ପିଲାଙ୍କ ପାଇଁ ନିଜେ ଗୀତ ଗାଇବା ଆରମ୍ଭ କରୁଛନ୍ତି ।
ପ୍ରଥମେ କରଣ ଚଉଦୱିନ କା ଚାନ୍ଦ ହୋ ଗୀତ ଗାଉଛନ୍ତି । ତେବେ ସେ ଗାଇବା ମାତ୍ରେ ୟଶ ଓ ରୁହି ଗୀତ ଗାଇବାକୁ ମନା କରୁଛନ୍ତି । ରୁହି ନିଜ ମୁଣ୍ଡକୁ ଧରି ଏହା ବିନ୍ଧୁଥିବାର କହୁଥିବା ଦେଖାଯାଉଛି । ସେହିପରି ୟଶ ମଧ୍ୟ ଡାଡିଙ୍କୁ ଗୀତ ନଗାଇବା ପାଇଁ ଅନୁରୋଧ କରୁଛନ୍ତି । ପିଲାଙ୍କ ବ୍ୟବହାରରେ ନିରାଶ କରଣ ପୁଣିଥରେ ନିଜ ଲକ ଟ୍ରାଏ କରୁଛନ୍ତି । ସେ ଆଉ ଏକ ଗୀତ ଗମ ହେ କିଶି କେ ପ୍ୟାର ମେଁ ଗାଉଛନ୍ତି । ହେଲେ ଏଥର ମଧ୍ୟ ସମାନ ଫଳାଫଳ ଆସୁଛି ।
ପୁଣିଥରେ ରୁହି ଓ ୟଶ ମୁଣ୍ଡବିନ୍ଧୁଛି ବୋଲି ଆକ୍ଟିଂ କରୁଛନ୍ତି । ଡାଡିଙ୍କ ଗୀତ ସେମାନଙ୍କ ମୁଣ୍ଡବିନ୍ଧାର କାରଣ ଏବଂ ଏହାକୁ ନ ଗାଇବାକୁ ସେମାନେ ଅନୁରୋଧ କରୁଛନ୍ତି । ତେବେ କରଣ ଓ ତାଙ୍କ ପିଲାଙ୍କ ଏହି ମଜାଦାର ସିନକୁ ଅନେକ ଫ୍ୟାନ୍ସ ବେଶ ଉପଭୋଗ କରିଛନ୍ତି । ସମସ୍ତେ ଏଥିରେ ଫନି ରିଆକ୍ଟ ଦେଇଛନ୍ତି । ଭିଡିଓରେ ବଲିଉଡ ଷ୍ଟାର ଅର୍ଜୁନ କପୁର ମଧ୍ୟ କମେଣ୍ଟ କରି କରଣଙ୍କୁ କିଛି ନୂଆ କରିବାର ଉପାୟ ଦେଇଛନ୍ତି । ପ୍ରକାଶ ଥାଉ କି ନିଜ ପିଲାଙ୍କ ସହ କରଣ ଲକଡାଉନରେ ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଲକଡାଉନ ୱିଥ୍ ଜୋହର୍ସ ଶୀର୍ଷକରେ ସେ ସବୁ ଭିଡିଓ ସେୟାର କରୁଛନ୍ତି ।