ETV Bharat / sitara

ବନ୍ଦ ହେବ ‘ଦ କପିଲ ଶର୍ମା ଶୋ’ ! - ବନ୍ଦ ହେବ ‘ଦ କପିଲ ଶର୍ମା ଶୋ’ !

ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ । ଏନେଇ ନିଜେ ସୂଚନା ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା । ଅଧିକ ପଢନ୍ତୁ...

kapil-sharma-confirms-wife-ginni-chatrath-is-expecting-second-baby
ବନ୍ଦ ହେବ ‘ଦ କପିଲ ଶର୍ମା ଶୋ’ !
author img

By

Published : Jan 29, 2021, 6:05 AM IST

ମୁମ୍ବାଇ: ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ । ଏନେଇ ନିଜେ ସୂଚନା ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା ।

କପିଲ ଦ୍ବିତୀୟ ଥର ପିତା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପତ୍ନୀ ଗିନି ଦ୍ବିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି ।

ବାସ୍ତବରେ, ଟ୍ବିଟରରେ #AskKapil ସେକ୍ସନରେ ରେ ଜଣେ ୟୁର୍ଜସ କପିଲଙ୍କୁ ପ୍ରଶ୍ନ ପଚାରିଥିଲେ, ‘ଦ କପିଲ ଶର୍ମା ଶୋ’ ଅଫ୍ ଏୟାର କାହିଁକି ଚାଲିଛି ?

ଏହି ପ୍ରଶ୍ନର ଉତ୍ତରରେ କପିଲ ଲେଖିଛନ୍ତି, ‘ମୁଁ ଦ୍ବିତୀୟ ଥର ପାଇଁ ପିତା ହେବାକୁ ଯାଉଥିବାରୁ ପତ୍ନୀଙ୍କ ସହିତ ସମୟ ଅତିବାହିତ କରିବାକୁ ଚାହୁଁଛି’ । ମୁଁ ଘରେ ରହି ମୋର ପତ୍ନୀଙ୍କ ସହିତ ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବି ।

ଏହା ପରେ ଆଉ ଜଣେ ପ୍ରଶଂସକ ପଚାରିଥିଲେ ଯେ, ‘ଏଥର ଆପଣ ପୁଅ ଚାହୁଁଛନ୍ତି କି ଝିଅ’? ଏହାର ଉତ୍ତରରେ କପିଲ କହିଛନ୍ତି, ‘ଝିଅ ହେଉ କି ପୁଅ ତନ୍ଦରୁସ୍ତ ହେଉ ବାସ୍‌’ ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଏହି ଖବର ଶୁଣିବାକୁ ମିଳୁଥିଲା ଯେ ଖୁବଶୀଘ୍ର କପିଲ ଶର୍ମାଙ୍କ ‘ଦ କପିଲ ଶର୍ମା ଶୋ’ ବନ୍ଦ ହେବାକୁ ଯାଉଛି । କିନ୍ତୁ ଚ୍ୟାନେଲ୍‌ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନଥିଲା । ତେବେ ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି ଯେ, କପିଲ ଶର୍ମା ସୋ ଖୁବଶୀଘ୍ର ବନ୍ଦ ହେବ । କିନ୍ତୁ ଏହା ସ୍ଥାୟୀ ଭାବେ ନୁହେଁ ବରଂ ଅସ୍ଥାୟୀ ଭାବେ ବନ୍ଦ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.