ନୂଆଦିଲ୍ଲୀ: ଅଭିନେତା ତଥା ଟିଭି ଦୁନିଆର ଚର୍ଚ୍ଚିଚ କମେଡିଆନ କପିଲ ଶର୍ମା ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଗିନ୍ନି ଚତରଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ କପିଲ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
କପିଳ ଟ୍ବିଟ କରି କରି କନ୍ୟା ସନ୍ତାନ ବିଷୟରେ କହିବା ସହ ଆଶିର୍ବାଦ ମାଗିଛନ୍ତି । ତେବେ କପିଳଙ୍କ ଟ୍ବିଟ ପରେ ବଲିଉଡ ଷ୍ଟାରଙ୍କ ଶୁଭେଚ୍ଛା ସୁଟିଛି । ସିଙ୍ଗର କମ କମ୍ପୋଜର ଗୁରୁ ରାନ୍ଧାୱା, କପିଳଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଶୁଭେଚ୍ଛା ପା ଜୀ, ମୁଁ ଏବେ ଅଫିସିଆଲ ଦାଦା ହେଲି । ସେହିପରି ୟୁଟ୍ୟୁବର ଭୁବନ ବାମ ଲେଖିଛନ୍ତି, ଶୁଭେଚ୍ଛା ଭାଇ ।
ପ୍ରକାଶ ଥାଉକି, କପିଳ ଏବଂ ଗିନୀ 2018 ଡିସେମ୍ବର 12ରେ ଦୁଇଟି ପରମ୍ପରାରେ ବିବାହ କରିଥିଲେ। ପ୍ରଥମେ ହିନ୍ଦୁ ପରମ୍ପରା ଅନୁଯାୟୀ ଓ ପରେ ଶିଖ୍ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା । ଉଭୟେ କଲେଜ ସମୟର ବନ୍ଧୁ ଥିଲେ ।