ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ମାମଲା ହୁହୁ ହୋଇ ବଢିବାରେ ଲାଗିଛି । ବହୁ ଚଳଚ୍ଚିତ୍ର ତାରକା କୋରୋନା ମହାମାରୀରେ ଆକ୍ରାନ୍ତ ହେଉଛନ୍ତି । ଅନେକ ତାରକା ଏହି ମହାମାରୀକୁ ପରାସ୍ତ କରିଥିବାବେଳେ କିଛି ତାରକା ଅଛନ୍ତି ଯିଏ ଏବେ ମଧ୍ୟ କୋରୋନା ସଂକ୍ରମିତ ହେଉଛନ୍ତି ।
ଏସବୁ ମଧ୍ୟରେ ମଙ୍ଗଳବାର ବଲିଉଡର କୁଇନ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ତାଙ୍କର 9 ଦିନ ପରେ କୋଭିଡ -19 ରିପୋର୍ଟ ନେଗେଟିଭ ଆସିଛି । ଏହି ସୂଚନା କଙ୍ଗନା ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି ।
କଙ୍ଗନା ଲେଖିଛନ୍ତି, 'ହାଲୋ, ମୋର କୋଭିଡ -19 ରିପୋର୍ଟ ନେଗେଟିଭ ଆସିଛି । ମୁଁ କିପରି ଭାଇରସକୁ ପରାସ୍ତ କରିଛି ସେ ବିଷୟରେ ମୁଁ ବହୁତ କିଛି କହିବାକୁ ଚାହେଁ, କିନ୍ତୁ ମୋତେ କୋଭିଡ ଫ୍ୟାନ କ୍ଲବକୁ ଅସମ୍ନାନ ନ କରିବାକୁ କୁହାଯାଇଛି ... ତୁମ ସମସ୍ତଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ' ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ