ETV Bharat / sitara

କରନଙ୍କ ସମର୍ଥନରେ ସ୍ବରା, ରାଗିଲେ କୁଇନ - ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ଟାର୍ଗେଟରେ ସ୍ବରା ଭାସ୍କର

ପୁଣି ଚର୍ଚ୍ଚାରେ କଙ୍ଗନା । ଏଥର ତାଙ୍କ କ୍ରୋଧର ଶିକାର ହୋଇଛନ୍ତି ଲୋକପ୍ରିୟ ଅଭିନେତ୍ରୀ ସ୍ବରା ଭାସ୍କର ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 30, 2020, 7:27 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁରା ଦେଶ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ କ୍ରୋଧ ପ୍ରକାଶ କରିଛି । ସୋସିଆଲ ମିଡିଆରେ ପରିବାରବାଦ, ଗୋଷ୍ଠୀବାଦ, ମାଫିଆଗିରି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛନ୍ତି ଅନେକ ଲୋକ । ସେପଟେ ବି-ଟାଉନର କୁଇନ କଙ୍ଗନା ରଣାୱତ ମଧ୍ୟ ପରିବାରବାଦ ବିରୋଧ କରି ପ୍ରତିକ୍ରିୟା ରଖୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ଫେମସ ନିର୍ମାତା କରନ ଜୋହରଙ୍କ ସମର୍ଥନ କରି ସ୍ବରା ଭାସ୍କର ତାଙ୍କ ରାଗର ଶିକାର ହୋଇଛନ୍ତି ।

କଙ୍ଗନା କିଛି ଦିନ ହେବ କରନଙ୍କ ସହ ଅନେକ ଷ୍ଟାର କିଡ୍ସଙ୍କୁ ଟାର୍ଗେଟ କରି ଜବାବ ଦେବାରେ ଲାଗିଛନ୍ତି । ହେଲେ ଏବେ ସ୍ବରା ମଧ୍ୟ ନିଜର ଏକ ଟ୍ବିଟ ପାଇଁ ତାଙ୍କ ଟାର୍ଗେଟରେ ଆସିଯାଇଛନ୍ତି ।

ଯେଉଁ ଟ୍ବିଟ ପାଇଁ ସ୍ବରାଙ୍କୁ ପ୍ରଥମରୁ ୟୁଜର୍ସ ଟ୍ରୋଲ କରିଥିଲେ । ତାଙ୍କ ସେହି ଟ୍ବିଟକୁ ଆଧାର କରି କଙ୍ଗନା ତାଙ୍କ ପାଇଁ ‘ଚମଚା’ ଭଳି ଶବ୍ଦ ବ୍ୟବହାର କରିଛନ୍ତି । ପ୍ରକାଶ ଥାଉକି ନିକଟରେ ସ୍ବରା ପରିବାରବାଦ ଉପରେ ନିଜର ପ୍ରତିକ୍ରିୟା ଦେଇ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି କିମ୍ବା କୌଣସି ସେଲିବ୍ରିଟିଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.